ଟ୍ରକ-କାର ଧକ୍କା ୧ ମୃତ, ୨ ଗୁରୁତର

କଟକ:  ବିଡାନାସୀ ମଶାଣି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି । ଟ୍ରକଟି କାରକୁ ସାମ୍ନା ପଟୁ ପିଟିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଏନେଇ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି ।

 ଢେଙ୍କାନାଳରୁ ଆସିଥିବା କାରରେ ଡ୍ରାଇଭର ସମେତ ୩ଜଣ ଯାତ୍ରା କରୁଥିଲେ । ବିଡାନାସୀ ମଶାଣି ଛକରେ ହଠାତ ଏକ ଟ୍ରକ ଆସି ସାମ୍ନା ପଟୁ କାରକୁ ଧକ୍କା ଦେଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ମୃତ ଦେହ ଉଦ୍ଧାର କରି ୨ ଗୁରତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।