ଝାଡଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ଦେହାନ୍ତ

ଝାଡଖଣ୍ଡ: ଚେନ୍ନାଇରେ ଝାଡଖଣ୍ଡର ଶିକ୍ଷାମନ୍ତ୍ରୀ ଜଗନ୍ନାଥ ମହାତ୍ମାଙ୍କ ପରଲୋକ ହୋଇଛି । ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଆମର ଟାଇଗର ଜଗନ୍ନାଥ ଦାଦା ଆଉ ନାହାଁନ୍ତି । ଚେନ୍ନାଇରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି । ୨ବର୍ଷ ପୂର୍ବରୁ କରୋନା ପୀଡିତ ହୋଇ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଶ୍ୱାସନଳୀ ଟ୍ରାନ୍ସପ୍ଳାଣ୍ଟ ହୋଇଛି ।