ମଙ୍ଗଳବାରଠାରୁ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ

ଭୁବନେଶ୍ୱର : ପଶ୍ଚିମାଝଡ଼ ପ୍ରଭାବରେ ସୋମବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଥିବାବେଳେ ମଙ୍ଗଳବାର ଠାରୁ ଖରା ବଢ଼ିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ କିଛିଦିନ ହେଲା ପଶ୍ଚିମାଝଡ଼ ଯୋଗୁଁ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଥିବାବେଳେ ତାପମାତ୍ରା ହ୍ରାସ ପାଇଥିଲା । କିନ୍ତୁ ମଙ୍ଗଳବାରଠାରୁ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି କୁହାଯାଇଛି। ସୋମବାର ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା ଯାଜପୁରରେ ୩୫ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ।