ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

ଓଲିଉଡ ଜଗତରେ ପୁଣି ଦୁଃଖର ଛାୟୀ ଖେଳିଗଲା। କଟକ ଚଣ୍ଡୀରୋଡ ସ୍ଥିତ ବାସଭବନରେ ଦେହାନ୍ତ। ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ। ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି।ଏକାଧିକ ଓଡିଆ ଫିଲ୍ମରେ ଅଭିନୟ କରିଥିଲେ। ମଲାଜହ୍ନ, ଅଦିନ ମେଘ ଭଳି ଅନେକ ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିଣିଥିଲେ।ତାଙ୍କ ଖବର ପରେ ବିଭିନ୍ନ ମହଲରେ ଶୋକର ଛାୟୀ ଖେଳିଯାଇଛି। ଓଲିଉଡରେ ଜଣଙ୍କ ପରେ ଜଣେ ବର୍ଷୀୟାନ ଅଭିନେତା ଅଭିନେତ୍ରୀଙ୍କ ଦେହାନ୍ତ ଦୁଖ ଦେଉଛି।

ସେପଟେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ବହୁ କଳାକାର ।୧୯୪୫ ମସିହାରେ କଟକର ଚାନ୍ଦିନି ଚୌକରେ ଝରଣା ଦାସଙ୍କ ଜନ୍ମ । ସମେସ୍ତ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଝୁମୁ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର‌୍ୟ୍ୟକ୍ରମରେ ଭାଗ ନେଉଥିଲେ ।

ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଫଟୋଗ୍ରାଫର ଦୀପକ ଦାସଙ୍କୁ ବିବାହ କରିଥିଲେ ଝରଣା । ୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ ଝରଣା । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି, ସେ ହାସଲ କରିଥିଲେ ଲୋକପ୍ରିୟତା