ସାଉଥ ଫିଲ୍ମର ପ୍ରଯୋଜକ କେ.ମୁରଲୀଧରନ୍‌ଙ୍କ ଦେହାନ୍ତ

ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ମାତା କେ ମୁରଲିଧରନଙ୍କ ପରଲୋକ। ତାମିଲନାଡୁର କୁମ୍ଭକୋଣମରେ ଥିବା ବାସଭବନରେ ମୃତ୍ୟୁ ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୂରଲୀଧରନ୍ ମଧ୍ୟ ପୂର୍ବତନ ତାମିଲ ପ୍ରଡ୍ୟୁସରର୍ସ କାଉନସିଲ୍‌ର ସଭାପତି ଥିଲେ। ତାଙ୍କ ସହଯୋଗୀ ସ୍ୱର୍ଗତ ଭି.ସ୍ଵାମୀନାଥନ୍ ଏବଂ ଜି ଭେନୁଗୋପାଲଙ୍କ ମିଳିତ ସହଯୋଗରେ ସେ ପ୍ରଡକ୍ସନ୍ ହାଉସ୍ ଲକ୍ଷ୍ମୀ ଚଳଚ୍ଚିତ୍ର ମେକର୍ସ ଆରମ୍ଭ କରିଥିଲ। ଯାହା ମାଧ୍ୟମରେ ସେ ଆମ୍ବେ ଶିବମ୍, ପୁଧୁପେଟ୍ଟଇ ଏବଂ ବାଗବତୀ ଭଳି ଅନେକ ପ୍ରମୁଖ ହିଟ୍ କରିଥିଲେ।