କିନ୍ନର ସଂଘ ର ଗୁରୁମା ସୋନମ ଗୁରୁମା ଦ୍ୱାରା ବିଶ୍ବ ଏଡସ୍ ଦିବସ ପାଳନ

କେନ୍ଦୁଝର: କେନ୍ଦୁଝର କିନ୍ନର ସଂଘ ର ଗୁରୁମା ସୋନମ ଗୁରୁମା ଡିସେମ୍ବର1 ବିଶ୍ବ ଏଡସ୍ ଦିବସ। ଏଡସ୍ ନିୟନ୍ତ୍ରଣ ଏହା ହେଉଛି ସଚେତନତାର ଦିନ। ସାଂପ୍ରତିକ ବିଶ୍ୱ ରେ ଏହି ରୋଗ ଏକ ବଡ ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଅଦ୍ୟାବଧି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ କରା ଯାଇପାରି ନାହିଁ। ଏଥିରୁ ମୁକ୍ତ ରହିବାର ଏକମାତ୍ର ଉପାୟ ସଚେତନତା।

ଯାହାକୁ ନେଇ ପ୍ରତିବର୍ଷ ଡିସେମ୍ବର ଏକ ରେ ସାରା ବିଶ୍ବବାସୀ ପାଳନ କରିଥାନ୍ତି ବିଶ୍ବ ଏଡସ୍ ଦିବସ। ଏହି ଦିନରେ ବିଭିନ୍ନ ସଂଗଠନ ପକ୍ଷରୁ ଜନସାଧାରଣଙ୍କୁ ଏଡସ୍ ସମ୍ବନ୍ଧରେ ସଚେତନ କରାଯାଇଥାଏ। ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ରେ ରୁନ୍ଦ୍ର ପ୍ରତାପ ଦାଶ, ଅନନ୍ତ କୁମାର ମହାନ୍ତ, ଚିତ୍ତ ରଞ୍ଜନ ଦାଶ,ରଞ୍ଜିତ କୁମାର ମଣ୍ଡଳ ଉପସ୍ଥିତ ରହି ସଚେତନତା ବାର୍ତ୍ତା ଦେଇଥିଲେ।