ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍ନଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ବିଦେଶ ମାଟିରୁ ଶିଖ ଫର୍‌ ଜଷ୍ଟିସ୍‌ (ଏସ୍‌ ଏଫ୍‌ ଜେ) ନେତା ଓ ଖଲିସ୍ତାନୀ ଆତଙ୍କୀ ଗୁରପତୱନ୍ତ ସିଂ ପନ୍ନୁନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଓ ଡିଜିପି ଗୌରବ ଯାଦବଙ୍କୁ ଜୀବନରୁ ମାରି ଦେବାକୁ ଧମକ ଆହ୍ୱାନ କରିଛି ।  ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମାନ ଓ ଡିଜିପି ଯାଦବଙ୍କୁ ଶିକାର କରିବା ପାଇଁ ପନ୍ନୁନ ତା’ର ଆତଙ୍କୀ ଗୋଷ୍ଠୀକୁ ପରାମର୍ଶ ଦେଇଛି ।

ଇତି ମଧ୍ୟରେ ପଞ୍ଜାବରେ ସକ୍ରିୟ ଆତଙ୍କୀ ଗୋଷ୍ଠୀଙ୍କୁ ନିପାତ କରିବା ପାଇଁ ପଞ୍ଜାବ ପୁଲିସ କଡ଼ା ଆଭିମୁଖ୍ୟ ପୋଷଣ କରିଛି । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ କଳାଦିବସ ରୂପେ ପାଳନ କରିବା ପାଇଁ ପନ୍ନୁନ ମୁସଲିମ ସମୁଦାୟକୁ ପରାମର୍ଶ ଦେଇଛି । କଥା ହେଉଛି, କାହା ସାହସରେ ପନ୍ନୁନ ଏଭଳି ଧମକ ପ୍ରଦାନ କରିଛି?