ଧାମନଗର ଉପନିର୍ବାଚନ: ରାଜେନ୍ଦ୍ରଙ୍କ ପରେ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅବନ୍ତୀ

ଭଦ୍ରକ: ରୋଚକ ମୋଡ଼ରେ ଧାମନଗର ଉପନିର୍ବାଚନ। ପୂର୍ବତନ ବିଧାୟକ ତଥା ଅସନ୍ତୁଷ୍ଟ ବିଜେଡି ନେତା ରାଜେନ୍ଦ୍ର ଦାସ ପଦଯାତ୍ରାରେ ସମର୍ଥକଙ୍କ ସହ ଆସି ଆଜି ନାମାଙ୍କନ ଦାଖଲ କରିବା ପରେ ବିଜେଡିର ବାହାରିଥିଲା ବିରାଟ ଶୋଭାଯାତ୍ରା। ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଥିଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ। ଏହି ଶୋଭାଯାତ୍ରା ସାମିଲ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ‍ଓ ବିଜେଡି ବହୁ ବରିଷ୍ଠ ନେତା ଏଥିରେ  ସାମିଲ ହୋଇଥିଲେ।

ଭଦ୍ରକର ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ କହିଛନ୍ତି, ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ମଧ୍ୟ ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି। ଆପଣ ବିଗତ ଦିନରେ  ଏପରି ବହୁତ କିଛି ଦେଖିଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆପଣ ମଧ୍ୟ ଦେଖିବେ। ଧାମନଗନର ଉପନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ। ବିଜେପି ପକ୍ଷରୁ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡି ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ହୋଇଛନ୍ତି।