ଧର୍ମେନ୍ଦ୍ର ପ୍ରଧାନଙ୍କ ଭର୍ଚୁଆଲ ସଭା

ତିର୍ତ୍ତୋଲ : ଓଡ଼ିଶାର ଦୁଇଟି ଉପନିର୍ବାଚନ ପାଇଁ ଦଳ ଦଳ ମଧ୍ୟରେ ଚାଲିଛି ଛକାପଞ୍ଛା । ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ପ୍ରଚାର ଆରମ୍ଭ କରିଛନ୍ତି । ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ଧର୍ମେନ୍ଦ୍ର ଏକ ଭର୍ଚୁଆଲ ସଭା କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧନ କରିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ, ତିର୍ତ୍ତୋଲ ମାଟିର ଅନେକ ଐତିହ୍ୟ ରହିଛି । ଓଡିଶାକୁ ବିକାଶର ପ୍ରୟୋଗଶାଳା କରିବାକୁ ଆମର ଲକ୍ଷ୍ୟ ରହିଛି । ପ୍ରୟୋଗଶାଲାର ଏନ୍ତୁଡିଶାଳା ହେବ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ । ତିର୍ତ୍ତୋଲବାସୀ ଚଳିତଥର ସ୍ପଷ୍ଟ ମତ ଦେବେ ବୋଲି ଆମର ଆଶା ରହିଛି ।’ତେବେ ଭର୍ଚୁଆଲ ସଭାରେ ବିଜେପି ସଭାପତି ମଧ୍ୟ ଉପସ୍ଥିତ ରହିଛନ୍ତି ।