ଗୁଗଲ୍ ବନ୍ଦ କଲା ନିଜର ଆଉ ଏକ ଆପ୍

ନୂଆଦିଲ୍ଲୀ: ଗୁଗଲ ଦୀର୍ଘ ଦିନ ପରେ ତାର ଗୁଗଲ ପ୍ଲେ ମିୟୁଜିକ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଗୁଗଲ ପ୍ଲେ ମିୟୁଜିକ ୨୦୧୧ମସିହା ନଭେମ୍ବରରେ ଲଞ୍ଚ କରାଯାଇଥିଲା। ଏବର୍ଷ ଅଗଷ୍ଟରେ ଗୁଗଲ୍ କହିଥିଲା ଯେ କମ୍ପାନୀ ଏବେ ଗୁଗଲ ପ୍ଲେ ମିୟୁଜିକକୁ ଧୀରେ ଧୀରେ ବନ୍ଦ କରିବ। କମ୍ପାନୀ ନିଜ ପ୍ରତିଶୃତି ମୁତାବକ ଏହାକୁୟୁ ଟ୍ୟୁବ ମିୟୁଜିକ ରୁ ରିପ୍ଲେସ୍ କରୁଛି।

ଏବେ ଗୁଗଲ ପ୍ଲେ ମିୟୁଜିକ କୁ ଅଫିସିଆଲି ସଟ୍ ଡାଉନ୍ କରାଯାଉଛି। ଗୁଗଲ ପ୍ଲେ ମିୟୁଜିକଆପ୍ ଓପନ କରିବା ମାତ୍ରେ ଏହି ସର୍ଭିସ୍ ଶଟ୍ ଡାଉନ୍ କରାଯିବାର ମ୍ୟାସେଜ ଦିଆଯାଉଛି। ଗୁଗଲ ପ୍ଲେ ମିୟୁଜିକ ରୁ ୟୁ ଟ୍ୟୁବ ମିୟୁଜିକରେ ଟ୍ରାକସକୁ ମାଇଗ୍ରେଟ୍ କରି ପାରିବେ। ଆପ୍ ଓପନ କରିବା ମାତ୍ରେ Google Play Music No longer Available ବଡ଼ ଶବ୍ଦରେ ଲେଖାଯାଇଛି।

ଏଠାରୁ ଗୁଗଲ ପ୍ଲେ ମିୟୁଜିକର କଣ୍ଟେଣ୍ଟକୁ ୟୁ ଟ୍ୟୁବ ମିୟୁଜିକରେ ଟ୍ରାନ୍ସଫର କରିପାରିବେ। ଏଠାରେ Manage your data ର ଅପସନ୍ ମଧ୍ୟ ଦିଆଯାଇଛି। ଏହା ଅନୁସାରେ ଗୁଗଲ ପ୍ଲେ ମିୟୁଜିକ ରେ ଆପଣଙ୍କ ଲାଇବ୍ରେରୀ ଡାଉନଲୋଡ ହୋଇପାରିବ। ଏଠାରୁ ଆପଣ ରିକମେଣ୍ଡେସନ ହିଷ୍ଟ୍ରି ବି ଚାହିଁଲେ ଡିଲିଟ୍ କରିପାରିବେ। ୟୁ ଟ୍ୟୁବ ମିୟୁଜିକରେ ଆପଣଙ୍କ ପାଖରେ ସବସ୍କ୍ରିପ୍ସନ ଅପ୍ସନ୍ ରହିଛି। ଟଙ୍କା ଦେଇ ଆପଣ ସବସ୍କ୍ରିପ୍ସନ୍ ନେଇପାରିବେ। ଗୀତ ଇଣ୍ଟରନେଟରୁ କନେକ୍ଟ କରି ଆପଣ ମାଗଣାରେ ଶୁଣି ପାରିବେ କିନ୍ତୁ ଫ୍ରି ଭର୍ସନରେ କୌଣସି ଫିଚର ମିଳେ ନାହିଁ।