ବାଲେଶ୍ୱରରେ ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି: ନବୀନ

ବାଲେଶ୍ୱର (ଏସ ନ୍ୟୁଜ )ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ । ବାଲେଶ୍ୱର ବାସୀଙ୍କତୁ ସମ୍ବୋଧନ କରି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଭୋଟ ଦେବାକୁ କହିଛନ୍ତି । ଏହାସହ ଏଥର ସେ ବିଜେପୁର ପରି ବାଲେଶ୍ୱର ଦାୟିତ୍ୱ ନେବେ ବୋଲି କହିଛନ୍ତି ।

ପ୍ରଚାର ସମୟରେ ‘ଆଜିର ଦିନକୁ ଓଡିଶାବାସୀ କେବେ ଭୁଲିପାରିବେ ନାହିଁ ବୋଲି ନବୀନ କହିଛନ୍ତି । ଆଜିକୁ ୨୧ ବର୍ଷ ତଳେ ମହାବାତ୍ୟା ହୋଇଥିଲା । ରାଜ୍ୟବାସୀଙ୍କ ଆତ୍ମବିଶ୍ୱାସ ଯୋଗୁଁ ଆଜି ଓଡିଶା ଆଜି ବିକାଶ ପଥରେ ଆଗେଇଛି । ହେଲେ ଏବେ ବାତ୍ୟା ମୁକାବିଲାରେ ଓଡିଶା ମଡେଲ ହୋଇଛି । ଲୋକଙ୍କ ଜୀବନ ବଞ୍ଚାଇବା ଆମ ମୁଖ୍ୟ ଲକ୍ଷ୍ୟ । ବନ୍ୟା, ବାତ୍ୟା ବେଳେ ଲୋକଙ୍କ ଜୀବନ ସୁରକ୍ଷା ଆମର ପ୍ରାଥମିକତା ।

ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି କି, ମୁଁ ଚାହେଁନା ଆପଣଙ୍କ ସ୍ୱାସ୍ଥ୍ୟ ବିପଦରେ ପଡୁ। ତେଣୁ କରୋନା ଗଲା ପରେ ମୁଁ ନିଶ୍ଚୟ ଯିବି । ମୁଁ ଜାଣେ ମୋ ପ୍ରତି ଆପଣଙ୍କର ଭଲ ପାଇବା ଅଛି । ମୁଁ ବାଲେଶ୍ୱର ଯାଇଥିଲେ ଆପଣ ବହୁ ସଂଖ୍ୟାରେ ଆସିଥାନ୍ତେ । ବାଲେଶ୍ୱର ଆସିଲେ ମୁଁ ଫକୀର ମୋହନ ସେନାପତିଙ୍କୁ ମନେପକାଏ । ମୁଁ ତାଙ୍କୁ ବହୁତ ମାନେ ଆଉ ତାଙ୍କ ରେବତୀ ଗଳ୍ପ ମତେ ବହୁତ ଭଲ ଲାଗେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ରାଲିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା। ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ନଆସି କମ୍ପ୍ୟୁଟର କିମ୍ବା ମୋବାଇଲ ମାଧ୍ୟମରେ କଥା ହେବା ଏକ ହାସ୍ୟାସ୍ପଦ କଥା । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ପାଖରେ ଠିଆ ହେବାର ସମୟ । ଲୋକମାନଙ୍କ ଭାଷ।ରେ କଥା ହେବା ଦରକାର। ଭର୍ଚୁଆଲ ରାଲି କଣ ରିଏଲ ହୋଇ ଆସନ୍ତୁ ଆଉ ଲୋକମାନଙ୍କୁ ଦେଖାନ୍ତୁ ମଡେଲର ଚିତ୍ର ।