ପ୍ରଚାର ଶେଷ, ବୁଥ ମୁହାଁ ପୋଲିଂ ପାର୍ଟି

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିଛି ପ୍ରଚାର । ୩୦ ଜିଲ୍ଲାର ୭୧ ବ୍ଲକରେ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ । ସେହିପରି ୧୬୬୯ ପଞ୍ଚାୟତ ଓ ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଥ୍‌ ଗୁଡିକରେ ପହଂଚୁଛନ୍ତି ପୋଲିଂ ପାର୍ଟି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପୋଲିଂ ପାର୍ଟି ପହଂଚିବେ । ସ୍ଥାନୀୟ ଏସଡିପିଓ, ଏଏସ୍‌ପି ଓ ଆଇଆଇସି ସୁରକ୍ଷା ଯୋଗାଇବେ ।

ଜିଲ୍ଲାର ସାମଗ୍ରିକ ଭାବେ ନିର୍ବାଚନ ପରିଚାଳନା ଦାୟିତ୍ୱ ଜିଲ୍ଲାପାଳଙ୍କୁ ଦିଆଯାଇଛି। ସେହିପରି ଆରକ୍ଷୀ ଅଧୀକ୍ଷକ ଆଖନଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିବେ ।