ଓଡ଼ିଶାରେ ପଶିଲା ଓମିକ୍ରନ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ହଇଚଇ ସୃଷ୍ଟି କରୁଥିବା ବେଳେ ଏହା ଓଡ଼ିଶାକୁ ପ୍ରବେଶ କରିଛି । ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଓଡ଼ିଶାରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ୨ ଜଣ ସଂକ୍ରମିତ କଟକ ଓ ଜଗତସିଂହପୁରର ବୋଲି ଜଣାପଡିଛି ।୨ ଜଣଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସୂଚନା ଦିଆଯାଇଛି ।

ସେମାନଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଜଣେ କତାରରୁ ଓଡ଼ିଶାକୁ ଫେରିଥିଲେ । ଜିନମ ସିକ୍ୱେନ୍ସିଂ ପରେ ସେମାନେ ଓମିକ୍ରନରେ ଆକ୍ରାନ୍ତ ଥିବା ଜଣାପଡିଛି । ଅନ୍ୟପଟେ ଦେଶର ଅନେକ ରାଜ୍ୟରେ ପ୍ରବେଶ କରିସାରିଛି ଓମିକ୍ରନ । ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଓମିକ୍ରନ ମାମଲା ସାମ୍ନାକୁ ଆସିସାରିଛି ।