ଆଜି ବି ବିଧାନସଭା ଗୃହ କାର୍ଯ୍ୟକୁ ମୁଲତବୀ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଆରମ୍ଭରୁ ହଟ୍ଟଗୋଳ। ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କଲେ କଂଗ୍ରେସ ସଦସ୍ୟ । ଗୃହକୁ ୪ଟା ପର୍ଯ୍ୟନ୍ତ ମୂଲତବୀ ଘୋଷଣା କଲେ ବାଚସ୍ପତି ।ଆଜି ବିଧାନସଭାର ତୃତୀୟ ଦିନ ଥିଲା । ଗତ ଦୁଇଦିନ ହେବ କଂଗ୍ରେସ ଚାଷୀ ଓ ମରୁଡି ସମସ୍ୟା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିବା ବେଳେ ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କିନ୍ତୁ ଆଜି କୌଣସି ଚାଷି କିମ୍ବା ମରୁଡି ପ୍ରସଙ୍ଗ ଉଠାଇ ନାହାନ୍ତି ବିରୋଧି। ଆଜି ଗୃହରେ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସ ହଟ୍ଟଗୋଳ କରିଥିଲେ । ଯାହାକୁ ନେଇ ଅପରାହ୍ଣ ୪ଟା ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ରଖିଲେ ବାଚସ୍ପତି।