ରୋଷେଇ ନିଆଁ ରେ ଟ୍ରକ୍ ଜଳିଗଲା; ଦେଖନ୍ତୁ ଭିଡିଓ

ଗାଡି ଭିତରେ ରୋଷେଇ କରିବା ପଡିଲା ମହଙ୍ଗା

କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଖଣିଜ ପଦାର୍ଥ ପରିବହନ କୁ ନେଇ ଅନେକ ଗୁଡ଼ିଏ ଗାଡିଘୋଡା ଚଳାଚଳ କରିଥାଏ। ଏବଂ କିଛି କିଛି ସ୍ଥାନରେ ଦେଖାଯାଏ କି ଗାଡି ଚାଳକ ଓ ଏହାର ହେଲ୍ପର ମାନେ ଗାଡି ଭିତରେ ରୋଷେଇ କରି ଖିଆ ପିଆ କରିଥାନ୍ତି । କିନ୍ତୁ କିଛି ସମୟରେ ଦେଖାଯାଏ କି ଗାଡି ଭିତରେ ରୋଷେଇ କରିବା ସମୟରେ ସେମାନଙ୍କ ଅସାବଧାନତା ଯୋଗୁ ଗାଡିରେ ନିଆଁ ଲାଗି ଗାଡି ଜଳି ପୋଡି ପାଉଁଶ ହୋଇଯାଏ। ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ ୫୨୦ନମ୍ବର ରାଜପଥ ଭଦ୍ରାସାହି ଛକ ନିକଟରେ।

ସୂଚନା ଅନୁଯାୟୀ ଉକ୍ତ ଗାଡି ଭିତରେ ଗାଡି ଚାଳକ ଗ୍ୟାସ ଯୋଗେ ରୋଷେଇ କରୁଥିବା ସମୟରେ କୌଣସି ପ୍ରକାରର ଅସାବଧାନତା ଯୋଗୁ ଗାଡିରେ ନିଆଁ ଲାଗି ଯାଇଥିଲା। ଉକ୍ତ ଗାଡିର ଚାଳକ ଗାଡିରେ ନିଆଁ ଲାଗି ଯିବା ଦେଖି ତୁରନ୍ତ ଗାଡିରୁ ଓହ୍ଲାହି ନିଜର ଜୀବନ ବଞ୍ଚାଇ ଥିବା ବେଳେ ଦେଖୁ ଦେଖୁ ଗାଡିଟି ହୁ ହୁ ହୋଇ ଜଳିବାକୁ ଲାଗିଲା…

ଭଦ୍ରାସାହି ଛକ ନିକଟରେ ଥିବା ସୁରକ୍ଷା କର୍ମୀ ସଙ୍ଗେ ସଙ୍ଗେ ବଡବିଲ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ, ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗାଡିରେ ଲାଗିଥିବା ନିଆଁ କୁ ଆୟତ କରିଥଲେ ସେତେବଳକୁ ଗାଡିର ସମ୍ମୁଖ ଭାଗ ଅନେକାଂଶରେ ଜଳି ଯାଇଥିଲା । କେନ୍ଦୁଝର ଜିଲ୍ଲା ବଡ଼ବିଲ ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ।