ଖସୁଛି ସଂକ୍ରମଣ; ଦିନକରେ ୧୮୬୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୦୮୨ ଏବଂ ସ୍ଥାନୀୟ ସଂକ୍ରମିତ ୭୮୨ ରହିଥିବା ଜଣାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନଗୁଳ ଜିଲାରୁ ୬୯, ବାଲେଶ୍ୱର ୧୧୪, ବରଗଡ ୨୪, ଭଦକ୍ର ୬୫ ଓ ବଲାଙ୍ଗିରୁ ୫ ଚିହ୍ନଟ ହୋଇଛନ୍ତି ।

ସେହିଭଳି ବୌଦ୍ଧରୁ ୩, କଟକ ୨୨୧, ଦେବଗଡ ୬, ଢେଙ୍କାନାଳ ୮୪, ଗଜପତି ୩, ଗଞ୍ଜାମ ୧୨, ଜଗତସିଂହପୁର ୮୯, ଯାଜପୁର ୧୦୭, ଝାରସୁଗୁଡା ୮, କଳାହାଣ୍ଡି ୭ ଏବଂ କନ୍ଧମାଳରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ କେନ୍ଦ୍ରାପଡାରୁ ୫୯, କେନ୍ଦୁଝର ୪୪, ଖୋର୍ଦ୍ଧାରୁ ସର୍ବାଧିକ ୪୯୬, କୋରାପୁଟ ୭ ଏବଂ ମାଲକାନଗିରିରୁ ୧୨ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ୫୭, ନବରଙ୍ଗପୁର ୨ ନୟାଗଡ ୬୬, ନୂଆପଡା ୯ ଏବଂ ପୁରୀ ଜିଲାରୁ ୫୯ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଭାବରେ ରାୟଗଡା ଜିଲାରୁ ୨୪, ସମ୍ବଲପୁର ୩୪, ସୋନପୁର ୬, ସୁନ୍ଦରଗଡ ୫୬ ଏବଂ ଷ୍ଟେଟପୁଲରୁ ୧୦୦ ଚିହ୍ନଟ ହୋଇଛନ୍ତି ।