ଜାନୁଆରୀ ୧ରୁ ଚାରିଚକିଆ ପାଇଁ ବାଧ୍ୟତାମୂଳକ ହେବ ଫାଷ୍ଟାଗ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ଜାନୁଆରୀ ୧ ରୁ ଭାରତର ସମସ୍ତ ଚାରିଚକିଆ ଯାନ ପାଇଁ ଫାଷ୍ଟାଗ୍ (FASTag) ବାଧ୍ୟତାମୂଳକ କରାଯିବ। ଯେଉଁଥିରେ ୧୦୦ ପ୍ରତିଶତ ଟୋଲ୍ ଭଡା ଫାଷ୍ଟାଗ୍ ମାଧ୍ୟମରେ ଆଦାୟ କରାଯିବ। ଆଉ ଟୋଲରେ କୌଣସି ପ୍ରକାରର ନଗଦ କାରବାର ହେବ ନାହିଁ।

ତେବେ ସରକାର ଦିନକୁ ଟୋଲରୁ ପ୍ରାୟ ୧୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହା ବର୍ତ୍ତମାନ ଦିନକୁ ୯୩ କୋଟି ଟଙ୍କା ମଧ୍ୟରେ ସୀମିତ ରହିଛି। ଏଥିସହିତ ଜାତୀୟ ରାଜପଥରେ ପ୍ରାୟ ୮୦ ପ୍ରତିଶତ ଟୋଲ୍ ଫାଷ୍ଟାଗ୍ ମାଧ୍ୟମରେ ନିଆଯାଉଛି। ତେଣୁ ଯଦି ଯଦି ଜାନୁଆରୀ ୧ ପରେ ଆପଣଙ୍କ ଗାଡିରେ FASTag ଅଛି, ଏବଂ ଆପଣ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଏହା ଆଗାମୀ ସମୟରେ ଆପଣଙ୍କ ପାଇଁ ଅସୁବିଧାଜନକ ପ୍ରମାଣିତ ହୋଇପାରେ।

FASTag ହେଉଛି ଏକ ଷ୍ଟିକର୍ ଅର୍ଥାତ ଏକ ଟ୍ୟାଗ୍ ଯାହା ସାଧାରଣତଃ କାରର ୱିଣ୍ଡସ୍କ୍ରିନ୍ ରେ ଲଗାଯାଏ । ଯେତେବେଳେ ଆପଣ ଜାତୀୟ ରାଜପଥ ଦେଇ ଯାଆନ୍ତି, ଡିଭାଇସ୍ ଟୋଲ୍ ପ୍ଲାଜାରେ ଥିବା ସ୍କାନର୍ ଗାଡିରେ ଲଗାଯାଇଥିବା ଷ୍ଟିକରରୁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (RFID) ଟେକ୍ନୋଲୋଜି ବ୍ୟବହାର କରିଥାଏ। ଏହାରି ମାଧ୍ୟମରେ ଜାଗା ଅନୁଯାୟୀ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ଫି ଟଙ୍କା କଟାଯାଇଥାଏ। ଏହା ମାଧ୍ୟମରେ ଯାନବାହାନଗୁଡିକ ଗାଡିକୁ ନ ଅଟକାଇ ପ୍ଲାଜାରୁ ଚଲାଯାଇପାରିବ। ଯଦି ଆପଣଙ୍କର ଟ୍ୟାଗ୍ ଏକ ପ୍ରିପେଡ୍ ଆକାଉଣ୍ଟ୍ ସହିତ ୱାଲେଟ୍ କିମ୍ବା ଡେବିଟ୍ / କ୍ରେଡିଟ୍ କାର୍ଡ ସହିତ ଲିଙ୍କ୍ ହୋଇଛି, ତେବେ ଗାଡି ମାଲିକଙ୍କୁ ଟ୍ୟାଗ୍ ରିଚାର୍ଜ କିମ୍ବା ଟପ୍ ଅପ୍ କରିବାକୁ ପଡିବ।

ଆମାଜନ୍, ପେଟିଏମ୍, ସ୍ନାପଡାଲ୍ ଇତ୍ୟାଦି ପ୍ରମୁଖ ଖୁଚୁରା ପ୍ଲାଟଫର୍ମରେ ଆପଣ ଏହି ଷ୍ଟିକରକୁ ଅନଲାଇନରେ କିଣିପାରିବେ FASTag । ଏହା ବ୍ୟତୀତ ଏହା ଦେଶର ୨୩ ଟି ବ୍ୟାଙ୍କ ଦ୍ୱାରା ମଧ୍ୟ ଉପଲବ୍ଧ ହେଉଛି। ଏଥି ସହିତ ସଡକ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଏହି ଟ୍ୟାଗଗୁଡ଼ିକୁ ବିକ୍ରି କରନ୍ତି। ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଏହାର ସହାୟକ ଇଣ୍ଡିଆନ୍ ହାଇୱେ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ୍ (IHMCL) ମାଧ୍ୟମରେ FASTag ପରିଚାଳନା କରାଯାଏ। ତେବେ ଗୋଟିଏ ବ୍ୟାଙ୍କରୁ ନିଆଯାଇଥିବା FASTag ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ସହିତ ବ୍ୟବହାର କରାଯାଇପାରିବ ନାହିଁ।