ଡାଇବେଟିସର ଔଷଧୀୟ ଗୁଣ ଜାଣନ୍ତୁ…

ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର ହୋଇଛନ୍ତି ସେମାନେ ଏବେଠାରୁ କ୍ୟାପ୍ସିକମକୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟଥାଳିରେ ସାମିଲ କରିବା ଆରମ୍ଭ କରି ଦିଅନ୍ତୁ ।  ଆପଣମାନଙ୍କୁ କ୍ୟାପ୍ସିକମ୍ ଭଲ ଲାଗୁ ଅବା ନ ଲାଗୁ ଏହାକୁ ପ୍ରତିଦିନ ଖାଇବାକୁ ଅଭ୍ୟାସ କରନ୍ତୁ।

କାରଣ ଏହା ଆପଣମାନଙ୍କ ପାଇଁ ବଡ଼ ଉପାଦେୟ ସାବ୍ୟସ୍ତ ହେବ। ମେଦବହୁଳତା ଓ ଡାଇବେଟିସକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି କ୍ୟାପ୍ସିକମରେ । ନାଲି, ହଳଦିଆ ଓ ସବୁଜ ରଙ୍ଗ କ୍ୟାପ୍ସିକମରେ ରହିଛି ଏହି ଗୁଣ।

ଇଣ୍ଡିଆନ ଇଷ୍ଟିଚୁ୍ୟଟ ଅଫ୍ କେମିକାଲ ଟେକ୍ନୋଲୋଜୀ ଏବଂ ସିଏସଆଇର ବୈଜ୍ଞାନିକମାନେ ଗବେଷଣାରୁ ଏହା ଜାଣିବାକୁ ପାଇଛନ୍ତି। ଏହି ବୈଜ୍ଞାନିକମାନେ କହିଛନ୍ତି ଯେ କ୍ୟାସ୍ପିକମରେ ଦୁଇ ପ୍ରକାର ଏନଜାଇମ ଅଛି ଯାହା ଶରୀର ମେଦକୁ ହ୍ରାସ କରିପାରିବାର କ୍ଷମତା ରଖୁଛି ।

ସେଗୁଡ଼ିକ ହେଲେ ଆଲ୍ଫା-ଗ୍ଲୁକୋସାଇଡେଜ୍ ଓ ଲିପିଡ୍ ଏଜଜାଇମ । ଏଗୁଡ଼ିକ ମେଦ ହ୍ରାସ କରିବା ସହିତ ଏହାକୁ ନିୟନ୍ତ୍ରଣ କରିଥାଏ । ତେଣୁ ମେଦବହୁଳତାର ଶିକାର ଲୋକେ ସେମାନଙ୍କ ଖାଦ୍ୟରେ ପ୍ରତିଦିନ କ୍ୟାପ୍ସିକମ ରଖିବା ଉଚିତ ।