ଗୁଜୁରାଟକୁ ୪ ୱିକେଟରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଆଇପିଏଲର ୫୨ ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜୁରାଟ ଟାଇଟନ୍ସକୁ ୪ ୱିକେଟରେ ପରାଜିତ କରିଛି । ଧାର୍ଯ୍ୟ ୨୪୮ ରନ୍‌ର ପିଛା କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୩.୪ ଓଭରରେ ୬ ୱିକେଟ ହରାଇ ୧୫୨ ରନ୍ କରିଥିଲା । କିଛି ଉପଯୋଗୀ ଯୋଗଦାନ ଯୋଗୁଁ ପ୍ରଥମେ ବ୍ୟାଟିଂକରି ଗୁଜରାଟ ୩ଟି ବଲ୍‌ ବାକିଥାଇ ୧୪୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ପରେ ଆକ୍ରମଣାତ୍ମକ ବ୍ୟାଟିଂକରି ୩୮ଟି ବଲ୍‌ ବାକିଥାଇ ୬ ୱିକେଟ୍‌ ହରାଇ ଆର୍‌ସିବି ଜିତିଥିଲା । ୧୧ଶ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ପ୍ଲେଅଫ୍ ଖେଳିବାର କ୍ଷୀଣା ଆଶା ବଜାୟ ରଖିଛି ଆର୍‌ସିବି ।