ମୋଦୀ ଅଯୋଧ୍ୟାରେ ରାମଲଲ୍ଲାଙ୍କ ଦର୍ଶନ ପରେ ରୋଡ୍ ସୋ’ କଲେ

ଅଯୋଧ୍ୟା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀରାମ ମନ୍ଦିର ଯାଇ ଭଗବାନ ରାମଲଲ୍ଲାଙ୍କୁ ଦର୍ଶନ କରିଛନ୍ତି । ଏହା ପରେ ସେ ଅଯୋଧ୍ୟା ସହରରେ ଏକ ରୋଡ ସୋ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ମଧ୍ୟ ଥିଲେ ।
ଗତ ଜାନୁଆରି ୨୨ରେ ରାମଲଲ୍ଲାଙ୍କ ନୂତନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେଲେ । ତାପରେ ଏହା ହେଉଛି ଅଯୋଧ୍ୟାକୁ ମୋଦୀଙ୍କ ପ୍ରଥମ ଗସ୍ତ । ସଂଧ୍ୟା ୭ଟା ୫୦ ମିନିଟ ସମୟରେ ରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରିଥିଲେ ମୋଦୀ । ରାମଲଲ୍ଲାଙ୍କ ଶ୍ରୀ ବିଗ୍ରହ ସାମନାରେ ସେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ।

ଏହା ସହିତ ସେ ରାମଲଲ୍ଲାଙ୍କ ଆରତୀ ମଧ୍ୟ କରିଥିଲେ । ଏହି ଅବସରରେ ରାମମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପକ ରାୟ ଉପସ୍ଥିତ ଥିଲେ । ଦର୍ଶନ ପରେ ଅଯୋଧ୍ୟାର ରାଜରାସ୍ତରେ ରୋଡସୋ ଆରମ୍ଭ ହେଲା ।