ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍ ଚିଟ୍

କଟକ(ଏସ୍ ନ୍ୟୁଜ): ବାରବାଟୀ ପ୍ୟାଲେସ୍ ମାମଲାରେ ପୂର୍ବତନ ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଛି କ୍ଲିନ୍ ଚିଟ୍।ସୁପ୍ରିମ୍ କୋର୍ଟରେ ମାମଲା ଚାଲିଥିବା ବେଳେ ତଦନ୍ତ ଦାୟିତ୍ୱରେ ଥିବା ସିବିଆଇ ଫାଇନାଲ ଫର୍ମ ଦାଖଲ କରିଥିଲା। ଯେଉଁଥିରେ ସେ ନିର୍ଦ୍ଦୋଶ ପ୍ରମାଣିତ ହୋଇଛନ୍ତି।

ମାମଲାରେ କୌଣସି ବିଚାରଯୋଗ୍ୟ ପକ୍ଷ ନାହିଁ ବୋଲି ସିବିଆଇ ଦର୍ଶାଇଛି। ଇନକମ୍ ଆସୋସିଏଟ୍ସ ମଧ୍ୟ କୌଣସି ତ୍ରୁଟି କରିନଥିବା ଏଥିରେ ଉଲ୍ଲେଖ ରହିଛି। ତତ୍କାଳିନ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ସମ୍ପାଦକ ଆଶୀର୍ବାଦ କୌଣସି ଭୁଲ କରିନଥିବାର ସିବିଆଇ ଫାଇନାଲ ରିପୋର୍ଟ ଦେବା ପରେ ମାମଲାର ଅନ୍ତ ଘଟାଇଛନ୍ତି ସୁପ୍ରିମ୍ କୋର୍ଟ।

ଏହି ଘୋଷଣା ପ୍ରତିକ୍ରିୟା ରଖିଛନ୍ତି ଆଶୀର୍ବାଦ ବେହେରା। ସତ୍ୟ ଓ ଧର୍ମର ବିଜୟ ହୋଇଛି। ଲମ୍ବା ଆଇନଗତ ଲଢ଼େଇ ପରେ ସତ୍ୟ ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ୨୦୧୯ ସେପ୍ଟେମ୍ବର ୧୯ ତାରିଖରେ ସିବିଆଇ ତାଙ୍କ ଘରେ ରେଡ଼୍ କରି ଆଶୀର୍ବାଦଙ୍କୁ ଗିରଫ କରିଥିଲା।

ପୂର୍ବରୁ ସିବିଆଇ ପକ୍ଷରୁ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତ ବେଳେ ଆଶୀର୍ବାଦଙ୍କ ଲିଙ୍କ୍‌ ନେଇ ସୁରାକ ମିଳିଥିଲା। ଏହାପରେ ସିବିଆଇ ମାମଲା ରୁଜୁ କରିବା ସହିତ ସ୍ବତନ୍ତ୍ର କୋର୍ଟରେ ଆଶୀର୍ବାଦଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିଲା।