ମଧ୍ୟବିତ୍ତ ଲୋକଙ୍କ ପାଇଁ କେନ୍ଦ୍ର ବଜେଟରେ ବିଶେଷ କିଛି ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟକୁ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟରେ ଟେକ୍ନୋଲୋଜି ଓ ଭିତ୍ତିଭୂମି ସମ୍ପର୍କିତ ବିକାଶ ଉପରେ ଫୋକସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିି ବ୍ୟବହାର ଦେଶକୁ ଆଗକୁ ନେଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ଭଳି ବିଭାଗ ପାଇଁ ବ୍ୟୟବରାଦ ହ୍ରାସ କରିବା ବିକାଶରେ ବାଧା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଅନ୍ୟପକ୍ଷରେ କରୋନା ମହାମାରୀ ସମୟରେ ମନ୍‌ରେଗାରେ ବଜେଟକୁ ହ୍ରାସକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗରିବ-ମଧ୍ୟବିତ୍ତ ଶ୍ରେଣୀର ଲୋକେ ଦର ବୃଦ୍ଧି ସଂକ୍ରାନ୍ତୀୟ ମାମଲାରେ ବଜେଟରେ କୌଣସି ପ୍ରକାର ବ୍ୟବସ୍ଥା ହୋଇନାହିଁ । ଏଥିସହିତ ଏଲ୍‌ପିଜି ସବସିଡିରେ ମଧ୍ୟ ହ୍ରାସ କରାଯାଉଛି । ଏହା ଦ୍ୱାରା ଗୃହ ଅର୍ଥନୀତି ବିଶେଷ ଭାବେ ପ୍ରଭାବିତ ହେବେ । ଜଳ ଜୀବନ ମିଶନ, ପିଏମଏୱାଇ ଅନୁଯାୟୀ ଆବଣ୍ଟନ ବୃଦ୍ଧିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶାର ଦାବିକୁ ଅଣଦେଖା କରାଯାଉଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକର ଦାବିକୁ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାର ଓଡ଼ିଶାର ଗରିବ ଏବଂ ଆଦିବାସୀ ଲୋକଙ୍କ ସହ ହେଉଥିବ ଅନ୍ୟାୟ ପ୍ରତି ଧ୍ୟାନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି ।