ପୂର୍ବତନ ବିଧାୟକ ଅର୍ଜ୍ଜୁନ ଚରଣ ଦାସଙ୍କ ପରଲୋକ

ଦୁର୍ଘଟଣାରେ ବିଧାୟକ ମୃତ୍ୟୁ

ଯାଜପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜ୍ଜୁନ ଚରଣ ଦାସଙ୍କର ମୃତ୍ୟୁ ଘଟିଛି । ଖରସ୍ରୋତା ବ୍ରିଜ ଉପରେ ଅର୍ଜ୍ଜୁନଙ୍କୁ ହାଇୱା ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅର୍ଜ୍ଜୁନଙ୍କ ମୃତ୍ୟୁ ଘଟିଛି ।

ତେବେ ଯାଜପୁରର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପୁଅ ହେଉଛନ୍ତି ଅର୍ଜ୍ଜୁନ ଚରଣ ଦାସ । ଖବର ଅନୁଯାୟୀ, ସେ ଆଜି ସକାଳେ ଖରସ୍ରୋତା ନଦୀ ବ୍ରିଜ ଦେଇ ମୋଟରସାଇକେଲରେ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲେ । ଠିକ ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ହାଇୱା ଟ୍ରକ ଅର୍ଜ୍ଜୁନଙ୍କୁ ଧକ୍କା ଦେଇଥିଲା । ସୂଚନା ମୁତାବକ, ଅର୍ଜ୍ଜୁନ ୧୯୯୫ ରୁ ୨୦୦୦ ମଧ୍ୟରେ ବିଞ୍ଜାରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଥିଲେ ।