ବରଗଡ ଜିଲ୍ଲାର ୪ ଟି ଜିଓ ଷ୍ଟୋରରେ ଜିଓ ମାର୍ଟ ଆରମ୍ଭ

ବରଗଡ,(ଏସ୍ ନ୍ୟୁଜ୍)ତା ୧୩/୮: ବରଗଡ ଜିଲ୍ଲାର ଚାରୋଟି ଷ୍ଟୋର ରେ ଜିଓ ମାର୍ଟ ସେବା ଆରମ୍ଭ ହୋଇଛି ଯେଉଁଥିରେ ଗ୍ରାହକମାନେ ଜିଓ ଷ୍ଟୋର କୁ ଆସି ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରକାର ସାମଗ୍ରୀ ଗୁଡିକ ନିଜ ପସନ୍ଦ ହିସାବରେ ବାଛିପାରିବେ ଓ ସେହି ଜିନିଷ କମ ଦରରେ କିଣିପାରିବେ । କମ୍ପାନୀ କହିବା ଅନୁସାରେ ମାର୍କେଟରେ ଜିନିଷର ଦର ଅପେକ୍ଷା ଏହି ଜିଓ ମାର୍ଟ ଦ୍ୱାରା ଜିନିଷ କ୍ରୟ କରିଲେ ଗ୍ରହକଙ୍କୁ ଶସ୍ତାରେ ମିଳିପାରିବ ତାସହିତ ପ୍ରତେକ ଦିନ କିଛି ନା କିଛି ସାମଗ୍ରୀରେ କମ୍ପାନୀ ତରଫରୁ ଅଫର ମଧ୍ୟ ରହିବ ଏବଂ ଗ୍ରାହକଙ୍କ ଘର କୁ ନିର୍ଦ୍ଧିଷ୍ଟ ସମୟରେ ଜିନିଷ ପହଞ୍ଚାଇବା ଦାୟିତ୍ୱ କମ୍ପାନୀର ।

ଏହି ସୁବିଧା ଅନ୍ୟ ଅନଲାଇନ କିଣାବିକା ରେ ଥିବାବେଳେ ଜିଓ ମାର୍ଟ ରେ ମଧ୍ୟ ଏହି ସୁବିଧା ପାଇପାରିବେ ଗ୍ରାହକ । ଏହି ଅଫରର ଶୁଭାରମ୍ଭ ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇଅଛି । ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ସେବାକୁ ଅତାବିରା ଜିଓ ଷ୍ଟୋରରେ ଫିତା କାଟି ଉଦଘାଟନ କରିଛନ୍ତି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଅମିତ ପ୍ରଧାନ ଏବଂ ବରଗଡ ଜିଓ ଷ୍ଟୋର ମୁଖ୍ୟ ଶ୍ରୀ ସୁଶାନ୍ତ ପଣ୍ଡା ସେଠାରେ ଉପସ୍ଥିତ ରହି ଲୋକଙ୍କୁ କିଭଳି ଏହି ସୁବିଧା ପାଇପାରିବେ ସେ ବିଷୟରେ କହିଛନ୍ତି । ବର୍ତ୍ତମାନ ଏହି ସେବା କେବଳ ଷ୍ଟୋରରେ ଦିଆଯାଇଥିବାବେଳେ ଆଗାମୀ ଦିନରେ ଏହାକୁ ସମସ୍ତ ଗାଁ ତଥା ସହର ମାନଙ୍କରେ ଥିବା ରିଟେଲର ମାନଙ୍କୁ ମଧ୍ୟ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ତେବେ ଏହି ସେବା ଆରମ୍ଭ ଦ୍ୱାରା ଗ୍ରାହକ ଶସ୍ତାରେ ସାମଗ୍ରୀ ପାଇବା ସହିତ ଘରକୁ ଜିନିଷ ପହଂଚି ମଧ୍ୟ ପାରିବ ।