ଜାରି ହେଲା ମାର୍ଚ୍ଚମାସ ପାଇଁ ଗାଇଡଲାଇନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଏହି କ୍ରମରେ କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରି ପାଳନ ହେବ । ସର୍ବସାଧାରଣ ସ୍ଥାନରେ ହୋଲି ଖେଳିପାରିବେ ନାହିଁ । ଘରେ ସମ୍ପର୍କୀୟଙ୍କ ସହ ହୋଲି ପାଳନ କରିପାରିବେ । ସେହିପରି ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି ମିଳିବ । ମେଳା, ପ୍ରଦର୍ଶନୀକୁ ମଧ୍ୟ ଅନୁମତି ଦିଆଯିବ । ଅନ୍ୟପକ୍ଷରେ ବିବାହ ଓ ବ୍ରତରେ ସର୍ବାଧିକ ୫୦୦ ଲୋକ ଏକାଠି ହୋପାରିବେ ଓ ଅନ୍ତେଷ୍ଟିକ୍ରିୟାରେ ୨୫୦ ଜଣ ସାମିଲ ହୋଇପାରିବେ ବୋଲି ଜଣାପଡିଛି ।

ସେହିପରି ସର୍ବସାଧାରଣ ସ୍ଥାନ, ସାର୍ବଜନୀନ ବାହନରେ ଯିବାବେଳେ ଓ କର୍ମସ୍ଥଳୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତ୍ୱ ରଖିବାକୁ କୁହାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଧାରିତ ନିୟମ ଅନୁସାରେ ଜୋରିମାନା ସହ ଦଣ୍ଡିତ ହେବାକୁ ପଡିବ । ସେହିପରି ସର୍ବସାଧାରଣରେ ମଦ ପାନ କଲେ ମଧ୍ୟ ଅନୁରୂପ ଦଣ୍ଡିତ ହେବାକୁ ପଡିବ । ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା, ତମାଖୁ ଓ ସେସବୁ ଉତ୍ପାଦ ସେବନ ଉପରେ କଟକଣା ଜାରି ହୋଇଛି ।