ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ଭୁବନେଶ୍ୱରରେ ସ୍ଥିତି ବେହାଲ ହୋଇଛି । ମାତ୍ର କିଛି ଘଂଟାର ବର୍ଷାରେ ରାଜଧାନୀର ଅନେକ ସ୍ଥାନ ଜଳମଗ୍ନ ହୋଇ ପଡିଛି । ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଭୁବନେଶ୍ୱର ସହ କଟକରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ପାଣି ଜମିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସେହିପରି ମୌସୁମୀ ପ୍ରବାହ ସକ୍ରିୟ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।