ଭିଜିଲାନ୍ସ ଜାଲରେ ହିନ୍ଦୋଳ BEO ଶାନ୍ତନୁ ମଲ୍ଲିକ୍

ଢ଼େଙ୍କାନାଳ: ରାଜ୍ୟରେ ଦିନକୁ ଦିନ ଦୁର୍ନିତି ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଦୁର୍ନିତିଖୋର ଅପରାଧି ଧରାପଡିବାରେ ଲାଗିଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ୍ ଏବେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିପକାଇଛନ୍ତି । ଲାଞ୍ଚ ନେଇ ଧରାପଡିବା ପରେ ଶାନ୍ତନୁଙ୍କ ୩ଟି ଘରେ ରେଡ୍ ଚାଲିଛି । ଭଦ୍ରକ ଓ ଖଜୁରିଆପଡ଼ା ଘର ଓ ହିନ୍ଦୋଳ କାର୍ଯ୍ୟାଳୟରେ ରେଡ୍ ଚାଲିଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରିନାହିଁ ।