ବର୍ଷାରେ ଭିଜିବ ହୋଲି

ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ମଙ୍ଗଳବାରଠାରୁ …

ଭୁବନେଶ୍ବର:  ତାତି କମିବ ଓ ବର୍ଷାରେ ଭିଜିବ ହୋଲି। ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟର ଅଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏନେଇ ସୂଚନା ମିଳିଛି। ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ସେପଟେ ଗତ ୨୪ ଘଣ୍ଟାରେ ୧୫ ସହରର ତାପମାତ୍ରା ବୃଦ୍ଧି ପାଇଛି। ୩୫ ଡିଗ୍ରି ଉପରେ ରାଜ୍ୟର ୮ ଟି ସହର ରହିଥିବା ଜଣାଯାଇଛି। ଅନୁଗୁଳ ଜିଲ୍ଲା ତାଳଚେରର ତାପମାତ୍ରା ୩୮.୮ ଡିଗ୍ରି ରେକର୍ଡ କରାଯାଇଛି, ଯାହାକି ରାଜ୍ଯର ସବୁଠାରୁ ଉତ୍ତପ୍ତ ସହର। ରାଜଧାନୀର ତାପମାତ୍ରା ୩୮.୪ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆଗୁଆ ଆକଳନ କରିଚି ଆଞ୍ଚଳିକ ପାଣିପାଗ ବିଭାଗ। ଆଗକୁ ୨ ଡିଗ୍ରି ତାପମାତ୍ରା କମିବାର ସମ୍ଭାବନା ରହିଛି।