ଦେଶରେ ପୁନଃ କୋରୋନା ସଂକ୍ରମଣ ଡର ,ସାମ୍ନାକୁ ଆସିଲା ତିନି ମାମଲା

ନୂଆଦିଲ୍ଲୀ: କୋରୋନା ମହାମାରୀ ସାରା ଦେଶକୁ କବଳିତ କରି ରଖିଥିବା ବେଳେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଭାରତରେ କୋରୋନା ରୋଗୀଙ୍କୁ ପୁନଃ ସଂକ୍ରମଣର ହେବାର ଡର ରହିଛି । ଏହାର ୩ଟି ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର ) ଏହାର ସ୍ପଷ୍ଟୀକରଣ ରଖିଛି । ସଂକ୍ରମଣଙ୍କ ମଧ୍ୟରେ ରହିଛନ୍ତି  ଜଣେ ଅହମ୍ମଦାବାଦ ଓ ମୁମ୍ବାଇର କୋରୋନା ରୋଗୀ ।

ଆଇସିଏମଆର ନିର୍ଦେଶକ ବଳରାମ ଭାର୍ଗବ କହିଛନ୍ତି , ପୁନଃ ଭାଇରସରେ ପୀଡିତ ହେବାର ସମୟ ସୀମା ୧୦୦ ଦିନ ଧାର୍ଯ୍ୟ କରାଯାଇଛି । କିଛି ଅଧୟନରୁ ଜଣା ପଡିଛି ଯେ ,  ଥରେ କୋରୋନାରେ ଆକ୍ରାନ୍ତ ଵ୍ୟକ୍ତିଙ୍କ ଶରୀରରେ ସାଧାରଣତ ୪ ମାସ ପର୍ଯ୍ୟନ୍ତ ଆଣ୍ଟି ବଡ଼ି ରହିଥାଏ । ପୁନଃ ସଂକ୍ରମଣ ମାମଲା ପ୍ରଥମେ ହଂକଂ ରେ ଦେଖା ଯାଇଥିଲା । ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ (ଡବ୍ଲ୍ୟୁଏଚଓ ) ଠାରୁ ଆମକୁ କିଛି ତଥ୍ୟ ମିଳିଛି , ପୂରା ବିଶ୍ଵର ବିଭିନ୍ନ ଦେଶରେ ପୁନଃ ଭାଇରସ ଦ୍ୱାରା ସଂକ୍ରମଣ ହେବାର  ମୋଟ ୧୨ ଟି ମାମଲା ଦେଖା ଦେଇଛି । ଏଭଳି କୋରୋନା ରୋଗୀଙ୍କ ଠାରୁ ଫୋନ ଯୋଗେ  ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ ଜରାଯାଉଛି ।

ଅନ୍ୟପଟେ ପ୍ରଥମ ଥର କୋରୋନା ପୀଡିତ ଥିବା ଵ୍ୟକ୍ତି ସର୍ବାଧିକ କେତେ ଦିନ ମଧ୍ୟରେ ପୁନଃ ଭାଇରସରେ ଆକ୍ରାନ୍ତ ହୋଇପାରେ ତାହାର କିଛି ସ୍ପଷ୍ଟ ସୂଚନା ଡବ୍ଲ୍ୟୁଏଚଓ ପକ୍ଷରୁ ଦିଆ ଯାଇ ନାହିଁ । କିନ୍ତୁ ସରକାର ଏହାର ସମୟ ସୀମା ୧୦୦ ଦିନ ଧାର୍ଯ୍ୟ କରିଛନ୍ତି । ଏହାର ଅର୍ଥ ୧୦୦ ଦିନ ପରେ ପୁଣି ଥରେ  ସଂକ୍ରମଣ ହୋଇପାରେ। ରବିବାର ଦିନ ପୁନଃ ସଂକ୍ରମଣ ମାମଲାରେ ଆଇସିଏମଆରର ଏକ ବିଶେଷଜ୍ଞ ଦଳ ଏନେଇ ରିପୋର୍ଟ ପ୍ରସ୍ତୁତି କରୁଥିବା କହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ।

ଏଠାରେ ସୂଚନା ଥାଉକି, ପ୍ରତି ଦିନ ବାହାରୁଥିବା କୋରୋନା ରୋଗୀଙ୍କ ସଂଖ୍ୟା ଦେଶରେ କମିଛି । ଗତ ୧୦ ଦିନ ହେଲା କମି ଯାଇଛି କୋରୋନା ଜନିତ  ମୃତ୍ୟୁ ହାର । ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରେ ଦିନକୁ ୯୨ ହଜାର ମାମଲା ବାହାରୁ ଥିବାବେଳେ ଅକ୍ଟୋବର  ଦ୍ଵିତୀୟ ସପ୍ତାହ ଶେଷ ସୁଦ୍ଧା ହାରା ହାରି ୭୦ ରୋଗୀ ଚିହ୍ନଟ ହେଉଛନ୍ତି । ପୂରା ଦେଶରେ ସ୍ଥିତି ସୁଧୁରୁ ଥିବାବେଳେ କେରଳ, ବେଙ୍ଗଲ ଓ କର୍ଣ୍ଣାଟକରେ ସ୍ଥିତି ସୁଧାର ଦେଖାଯାଉ ନାହିଁ । କେରଳରେ ସର୍ବାଧିକ ୮, ୭୬୪ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି  । କର୍ଣ୍ଣାଟକରେ ୮, ୧୯୧ ଓ ବେଙ୍ଗଲରେ ୩, ୬୩୧ ରୋଗୀ ବାହାରୁଛନ୍ତି ।