ଗୋବିନ୍ଦଙ୍କୁ ଧରାଇଲେ ମିଳିବ ଲକ୍ଷେ, ବଢ଼ିଗଲା ପୁରସ୍କାର ରାଶି

ବଲାଙ୍ଗୀର: ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାମଲାରେ ଗୋବିନ୍ଦ ସାହୁଙ୍କୁ ଧରାଇବା ଲାଗି ପୁରସ୍କାର ରାଶିକୁ ବଢ଼ାଇ ଦିଆଯାଇଛି । ଘୋଷିତ ହୋଇଥିବା ପୁରସ୍କାର ରାଶି ୨୦ ହଜାରରୁ ଲକ୍ଷେକୁ ବଢ଼ିଛି । ବର୍ଦ୍ଧିତ ପୁରସ୍କାର ରାଶି ଘୋଷଣା କରିଛି ବଲାଙ୍ଗିର ଜିଲ୍ଲା ପୋଲିସ ।ତେବେ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସ ବାରାକରୁ ସ୍କୁଲ ସଭାପତି ଚମ୍ପଟ ମାରିବା ଘଟଣାକୁ ନେଇ ତେଜିଛି ରାଜନୀତି । ଏହାରି ମଧ୍ୟରେ ଫେରାର ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କୁ ଧରିବାକୁ ତନାଘନା ଜାରି ରହିଛି । ମୋଷ୍ଟ ୱାଣ୍ଟେଡ୍ ଦର୍ଶାଇ ଗୋବିନ୍ଦର ଫଟୋ ଜାରି କରିଛି ପୋଲିସ । ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ସହ ଗୋବିନ୍ଦଙ୍କ ବାବଦରେ ସୂଚନା ଦେଲେ ଲକ୍ଷେ ଟଙ୍କା ଦିଆଯିବ ବୋଲି ଘୋଷଣା ହୋଇଛି ।