ମାଲକାନଗିରି ଜିଲ୍ଲାରେ ୧୦୮.୦୯ ଟଙ୍କା ପେଟ୍ରୋଲ ଦର

ମାଲକାନିଗିରି: ଦିନକୁ ଦିନ ପେଟ୍ରୋଲ, ଡିଜେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି । ଏହାରି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୧୦୮.୦୯ ଟଙ୍କା ଛୁଇଁଛି ପେଟ୍ରୋଲ ଦର । ପେଟେଆଲ ସହିତ ଜିଲ୍ଲାରେ ଡିଜେଲ ଦର ଲିଟର ପିଛା ଦର ୧୦୩ ଟଙ୍କା ଟପିଛି । ସେହିପରି ବରଗଡ଼ରେ ପେଟ୍ରୋଲ ଦର ୧୦୩ ଟଙ୍କା ଟପିଥିବା ସୂଚନା ମିଳିଛି । ତେବେ ରାଜଧାନୀ ଦିଲ୍ଲୀର ଡିଜେଲ ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଥିବାବେଳେ ପେଟ୍ରୋଲର ଦର ୧୦୨ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ଦେଶର ସମସ୍ତ ସ୍ଥାନରେ ତୈଳ ଦର ଅଧିକ ସଂଖ୍ୟାରେ ବୃଦ୍ଧି ହେବାରେ ଲାଗିଛି । ଗତକାଲି ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ପର୍ଯ୍ୟନ୍ତ ବଢିଥିଲା । ସେହିପରି ଗତ ମଙ୍ଗଳବାର ଦିନ ପେଟ୍ରୋଲ ପିଛା ୨୦ ପଇସା ବଢିଥିବାବେଳେ ଡିଜେଲ୍‌ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିଲା । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୨୫ ପଇସା ଏବଂ ୩୦ ପଇସା ବୃଦ୍ଧି ପାଇଛି ।