ଓଡ଼ିଶାରେ ୧୫ ଡିଗ୍ରୀ ତଳେ ୧୭ଟି ସହର-shaksi news

ଭୁବନେଶ୍ବର( ଏସ୍ ନ୍ୟୁଜ ) ସାରା ଓଡ଼ିଶାରେ ଶୀତ ଲହରି ଜାରି ରହିଛି । ଏହି ଲହରୀକୁ ନେଇ ବର୍ତ୍ତମାନ ରାଜ୍ୟରେ ୧୫ ଡିଗ୍ରୀ ତଳେ ୧୭ଟି ସହର ରହିଛି ତାପମାତ୍ରା । ୮.୮ ଡିଗ୍ରୀ ସହ ରାଜ୍ୟର ଶୀତଳ ସହର ହୋଇଛି ସୋନପୁର । ଏଭଳି ସୀତା ଆହୁରି ୪ରୁ ୫ ଦିନ ଯାଏ ରହିବ ଶୀତ ।
ତେବେ ଫୁଲବାଣୀରେ ୯, ଅନୁଗୁଳରେ ୧୦, ଦାରିଙ୍ଗବାଡିରେ ୧୦.୫, ଭବାନୀପାଟଣାରେ ୧୧.୫, କେନ୍ଦୁଝରରେ ୧୨.୨, ତାଳଚେରରେ ୧୨.୩, ବାରିପଦାରେ ୧୨.୫, କୋରାପୁଟରେ ୧୨.୬, ଝାରସୁଗୁଡାରେ୧୨.୯, ସୁନ୍ଦରଗଡରେ ୧୩ , ବୌଦ୍ଧ ଓ ବଲାଙ୍ଗିରରେ ୧୪, କଟକରେ ୧୪.୨, ଟିଟିଲାଗଡରେ ୧୪.୫, ଚାନ୍ଦବାଲି ଓ ସମ୍ବଲପୁରରେ ୧୪.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ବରରେ ୧୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।