୩୦ ଅକ୍ଟୋବରରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ!

ଭୁବନେଶ୍ୱର(ଏସ୍ ନ୍ୟୁଜ): ଓଡିଶା ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ୧୭ ଅକ୍ଟୋବରରୁ ବାଧ୍ୟତାମୂଳକ ନିର୍ଦେଶ ଦେଇଥିଲେ । କିନ୍ତୁ ନିଯୁକ୍ତ ଏଜେନ୍ସି ପ୍ଲେଟ ଲଗାଇବାରେ ସକ୍ଷମ ନଥିଲା। ତେବେ ନମ୍ବର ପ୍ଲେଟ ଲଗାଉଥିବା ସମସ୍ତ ଏଜେନ୍ସିର ଭିନ୍ନ ଭିନ୍ନ ଓ୍ୱେବସାଇଟର ଲିଙ୍କ ୧୫ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ପ୍ରମୁଖ ସଚୀବ ରାଜେଶ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ଅକ୍ଟୋବର ୨୧ରେ ଏକ ପତ୍ର ଜାରି କରି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଂ। ଏହା ସହିତ ପରିବହନ ଆୟୁକ୍ତଙ୍କ ୱେବସାଇଟରେ ମଧ୍ୟ ଏହାକୁ ପ୍ରଦର୍ଶିତ କରିବା ଏବଂ ପ୍ଲେଟ ବୁକ୍‌ ହେବା ପରେ ସମସ୍ତ ସୂଚନା ଏସଏମ୍‌ଏସ୍‌ ମାଧ୍ୟମରେ ଆବେଦକଙ୍କ ନିକଟକୁ ପଠାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ନେଇ ପ୍ରଶାସନ ବାଧ୍ୟତାମୂଳକ ନିୟମ ଲାଗୁ କରିଛନ୍ତି। ଉପଭୋକ୍ତାଙ୍କ ସଂଖ୍ୟା କମ୍‌ ଯୋଗୁଁ ଏନେଇ ନଭେମ୍ବର ୩୦ ପର୍ଯ୍ୟନ୍ତ ଶେଷ ତାରିଖ ଦିଆଯାଇଛି। ନୂଆ ନିୟମ ଅନୁଯାୟୀ ୩୦ ନଭେମ୍ବର ସୁଦ୍ଧା ୭୫୦୦ କିଲୋଗ୍ରାମରୁ କମ୍‌ ବେସରକାରୀ, ବାଣିଜ୍ୟିକ ଯାନଗୁଡିକର ଫିଟନେସ୍‌ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକୁ ପ୍ରତିରୋଧ କରାଯିବ ନାହିଁ। ଏହା ସହିତ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ମଧ୍ୟମ ଓ ଭାରୀ ବ୍ୟବସାୟିକ ଯାନ ଗୁଡିକୁ ମଧ୍ୟ ଛୁଟ ଦିଆଯାଇଛି। ଏହା ମଧ୍ୟରେ ବିଭାଗ ନମ୍ବର ପ୍ଲେଟର ଉପଲବ୍ଧ କରିବ ଏବଂ ଲୋକଙ୍କୁ ଏନେଇ ସଚେତନ ମଧ୍ୟ କରିବ। ଆଉ ୱେବସାଇଟର ପ୍ରଥମ ପୃଷ୍ଠାରେ ନିର୍ଭୁଲ ଭାବରେ ପ୍ଲେଟର ଦାମ୍‌ ପ୍ରଦର୍ଶିତ କରାଯିବ। ଏହା ସହିତ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଓ ରସିଦ ଦେଖିଲା ପରେ ହିଁ ପରିବହନ କାର୍ଯ୍ୟାଳୟରେ ଗାଡିର କାମ ହୋଇ ପାରିବ ବୋଲି ସୂଚନା ମିଳିଛି।