ତିର୍ତ୍ତୋଲ ବିଜେପି ଅଫିସରେବ୍ୟାନର ଚିରିବା ସହ ଚେୟାର ଭାଙ୍ଗିଲେ ଅସନ୍ତୁଷ୍ଟ କର୍ମୀ

ତିର୍ତ୍ତୋଲ(ଏସ ନ୍ୟୁଜ୍): ରାଜ୍ୟରେ ଉପନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଏହାରି ମଧ୍ୟରେ ତିର୍ତ୍ତୋଲ ବିଜେପି ଅଫିସରେ ହୋଇଛି ତୁମୁଳକାଣ୍ଡ । ଆନନ୍ଦ ମଣ୍ଡପରେ ଥିବା ବିଜେପି ଅଫିସରେ ବିଳମ୍ବିତ ରାତିରେ କିଛି ଯୁବକ ଭଙ୍ଗାରୁଜା କରିଛନ୍ତି । ରାଜ୍ୟ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ଏହି ଭଙ୍ଗାରୁଜା ହୋଇଛି ।

ଏପରିକି ଅଫିସରେ ଲାଗିଥିବା ବ୍ୟାନରକୁ ଛିଡାଇଛନ୍ତି । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗରେ ଅସନ୍ତୁଷ୍ଟ କର୍ମୀ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।