ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧,୫୦୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ବି ୨ ହଜାର ତଳେ ରହିଛି କରୋନା ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧,୫୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୮୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୬୩୦ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୨୯ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୩୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୫୧, ବାଲେଶ୍ୱର ୩୦, ବରଗଡ ୨୧, ଭଦ୍ରକ ୨୦, ବଲାଙ୍ଗିର ୩୩, ବୌଦ୍ଧ ୧୦, କଟକ ୮୩, ଦେବଗଡ ୨୫, ଢେଙ୍କାନାଳ ୪୨, ଗଜପତିରୁ ୩୭ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମରେ ୨୬, ଜଗତସିଂହପୁର ୪୨, ଯାଜପୁର ୫୫, ଝାରସୁଗୁଡା ୧୭, କଳାହାଣ୍ଡି ୪୦, କନ୍ଧମାଳ ୧୭, କେନ୍ଦ୍ରାପଡା ୧୯, କେନ୍ଦୁଝରରେ ୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ କୋରାପୁଟ ୨, ମାଲକାନଗିରି ୮, ମୟୁରଭଞ୍ଜ ୧୦୮, ନବରଙ୍ଗପୁର ୧୯, ନୟାଗଡ ୫୩, ନୂଆପଡା ୨୫, ପୁରୀ ୫୪, ରାୟଗଡା ୩୧, ସମ୍ବଲପୁର ୨୬, ସୋନପୁର ୨୨, ସୁନ୍ଦରଗଡ ୧୫୭ ଷ୍ଟେଟପୁଲରୁ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩,୬୨୧ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୪୧ହଜାର ୫୯୭ ଆକ୍ରାନ୍ତ ।