ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି

ଭୁବନେଶ୍ୱର : ଅସହ୍ୟ ଗରମ। ଛଟପଟ ସାରା ରାଜ୍ୟବାସୀ। ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ୱରରେ ପ୍ରବଳ ଗରମ ସହିତ ଗୁଳୁଗୁଳି । ଅସହ୍ୟ ଖରା ଯୋଗୁ ଅତିଷ୍ଠ ହୋଇପଡୁଛି ଜୀବନ । ଖରା ବଢିଚାଲିଥିବା ବେଳେ ଆଜି ରାଜଧାନୀରେ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ଆଦ୍ରତା ୭୫ ପ୍ରତିଶତ ରହିଛି । ଆଦ୍ରତା ଯୋଗୁ ପ୍ରବଳ ଗୁଳୁଗୁଳି ଅନୁଭତ ହେୁଛି । ସେହିଭଳି ଆଗକୁ ଆହୁରି ୩ ଦିନ ଯାଏ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି ।