ଜେରା ହେବେ ନାଗ-ଚାନ୍ଦ; ରିମାଣ୍ଡ ପାଇଁ କୋର୍ଟରେ ଇଡି

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟରେ ପହଞ୍ଚିଲେ ଜଗବନ୍ଧୁ ଚାନ୍ଦ । ଜଗବନ୍ଧୁଙ୍କୁ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି । ଜଗବନ୍ଧୁଙ୍କ ପାଇଁ ଅଧିକ ଦିନ ରିମାଣ୍ଡ ମାଗିପାରେ ଇଡି । ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି ।  ଆଉ ରିମାଣ୍ଡ ମିଳିବା ପରେ ଜଗବନ୍ଧୁଙ୍କୁ ପଚରାଉଚରା କରିବାକୁ ଇଡି ଅଫିସକୁ ନେବେ ଅଧିକାରୀ । ଅନ୍ୟପଟେ ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଶେଷ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଯେଉଁଥିପାଇଁ ଇଡି ଅଫିସରୁ ତାଙ୍କୁ ଭୁବନେଶ୍ୱର କୋର୍ଟ ନିଆଯାଉଛି । ଭୁବନେଶ୍ୱର କୋର୍ଟରେ ହାଜର କରିବା ପରେ ଆଉ ୭ ଦିନ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି । କାରଣ ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଥିଲେ ମଧ୍ୟ ସେଭଳି କିଛି ତଥ୍ୟ ଏଯାବତ ହାସଲ କରିପାରିନାହିଁ । ଯେଉଁଥିପାଇଁ ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରିପାରେ ଇଡି । ତେବେ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ କେତେ ଦିନିଆ ରିମାଣ୍ଡ ପାଇଁ ଇଡିକୁ ଅନୁମତି ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।