ଧରାପଡ଼ିଲା ଆଇପିଏଲ୍ ବେଟିଂ ଗ୍ୟାଙ୍ଗ୍

ବ୍ରହ୍ମପୁର (ଏସ ନ୍ୟୁଜ ): ଆଇପିଏଲ୍‌ ବେଟିଂ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୁଲିସ୍। କିଙ୍ଗପିନ୍ ସହ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୩୩ ଲକ୍ଷ ୬୧ହଜାର ଟଙ୍କା ଜବତ କରାଯାଇଛି। ଟଙ୍କା ସହ ମୋଇବାଲ୍ ଓ ଏଟିଏମ୍ କାର୍ଡ ମଧ୍ୟ ଜବତ କରାଯାଇଛି।

ଏହାସହ ଧରାପଡ଼ିଥିବା ଗ୍ୟାଙ୍ଗରେ ଆହୁରି ଲୋକେ ସାମିଲ୍‌ ଥିବା କହିଛନ୍ତି ଦକ୍ଷିଣାଞ୍ଚଳ ପୁଲିସ୍ ଡିଆଇଜି ସତ୍ୟବ୍ରତ ଭୋଇ।ଏପରିକି ବିଭିନ୍ନ ୱେବ ଓ ଆପ୍ ମାଧ୍ୟମରେ ବେଟିଂ ଚାଲିଥିଲା ବେଳେ ୭ ବର୍ଷ ହେଲା ବେଟିଂରେ ଜଡିତ ଥିଲା କିଙ୍ଗପିନ୍ ଲାଲି ଆଚାରି ।

ତେବେ ବିଭିନ୍ନ ଅନଲାଇନ୍ ଆପ୍ ଜରିଆରେ ଆଇପିଏଲ୍ ବେଟିଂ ଚାଲିଥିଲା। ଏହାଛଡ଼ା ବେଟିଂ ପାଇଁ ଅନେକ ୱେବସାଇଟ୍‌ ମଧ୍ୟ ଅଛି। ତେବେ ବେଟିଂର ଚେର କୋଲକାତା, ମୁମ୍ବାଇ ଓ ଦିଲ୍ଲୀକୁ ଲମ୍ବିଥିବା କହିଛନ୍ତି ଡିଆଇଜି।