ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୯ ତାରିଖ ଯାଏଁ ସୁନ୍ଦରଗଡ଼, ଝାରୁସୁଗୁଡ଼ା, କେନ୍ଦୁଝରରେ ହାଲୁକା ବର୍ଷା ସହିତ କୋହଲା ପାଗ ରହିବ ।

ମଙ୍ଗଳବାର ଓ ବୁଧବାର ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ପାଇପାରେ । ତେବେ ଆଜି ରାଜ୍ୟର ୧୧ ଟି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଅନୁଗୁଳ,ଗଞ୍ଜାମ, କଳାହାଣ୍ଡି, ମାଲକାନଗିରିରେ ଘନ କୁହୁଡ଼ି ହୋଇପାରେ । ଏହାର ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ଯାଏଁ ଶୀତର ପ୍ରଭାବ କମ୍ ରହିବ ଓ ରାତିରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।