ମୃତ୍ୟୁ ହାର କମିବାକୁ ଆହୁରି ୬ରୁ ୭ ସପ୍ତାହ ଲାଗିବ – ବିଜୟ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସ୍ଥିତି ଓ ମୃତ୍ୟୁ ହାରକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ମାତ୍ର ଏବେବି ରାଜ୍ୟରେ କୋଭିଡ୍ ମୃତ୍ୟୁ ହାର ଲୋକଙ୍କ ଚିନ୍ତା ବଢାଇଛି । ପିକ୍ ସମୟ ଅତିକ୍ରମ କରିବା ପରେ ଏବେ ଦୈନିକ କରୋନା ସଂକ୍ରମଣ ହାର ଧିରେ ଧିରେ ତଳମୁହାଁ ହେଉଛି ।

ରାଜ୍ୟରେ ପିକ୍ ଅତିକ୍ରମ କରିଥିବାରୁ ମୃତ୍ୟୁ ହାର ୬ରୁ ୭ ସପ୍ତାହ ସମୟ ଲାଗିବ। ଏବେବି ବହୁ ରୋଗୀ ଭେଣ୍ଟିଲେଟରେ ଅଛନ୍ତି ତେଣୁ ମୃତ୍ୟୁ ହାର ଏଭଳି ଆଉ କିଛି ଦିନ ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହାସହିତ ନୂଆ ଭ୍ୟାରିଆଣ୍ଟକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

କରୋନାର ନୂଆ ଭ୍ୟାରିଆଣ୍ଟ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛି । ଏଯାଏଁ କିଛି ଗାଇଡଲାଇନ୍ ଆସିନାହିଁ ତେଣୁ ଗାଇଡଲାଇନ୍ ଆସିବା ପରେ ହିଁ ନୂଆ ଭ୍ୟାରିଆଣ୍ଟ କେତେ ସଂକ୍ରାମକ ବା ଘାତକ ତାହା ସ୍ପଷ୍ଟ ହେବ ବୋଲି ଆଜି ସୂଚନା ଦେଇ କହିଛନ୍ତି ଡାକ୍ତର ବିଜୟ ମହାପାତ୍ର ।