୫୦ହଜାର ଟଙ୍କା ଲାଞ୍ଚ ମାମଲା : ବିଡିଓଙ୍କୁ ଜେଲ ଦଣ୍ଡାଦେଶ

ଜଗତସିଂପୁର: ଲାଞ୍ଚ ନେଇ ଧରାପଡିବା ପରେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ । ଜଗତସିଂପୁର ଜିଲ୍ଲା ଏରସମାର ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୁଳ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି । ତା ସହିତ ତାଙ୍କୁ ୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୧୯ରେ ଜଣେ ବ୍ୟକ୍ତିଙ୍କ ଲିଜ୍ ଜମି ପ୍ରତ୍ୟାହାର ନକରିବାକୁ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନେଉଥିବ ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଥିଲେ ।