ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ପିପିଲି : ଆଜି ସକାଳେ ପିପିଲିରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ବଜ୍ରପାତରେ ଚାଲି ଯାଇଛି ଜଣଙ୍କ ଜୀବନ। ମୃତକ ହେଲେ ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ପୋଡ଼ଙ୍ଗ ନିକଟବର୍ତ୍ତୀ ଗୁରୁସାହିର ଜାପାନୀ ଗୁରୁ (୪୦) । କାଳବୈଶାଖୀ ପ୍ରଭାବରେ ଆଜି ସକାଳେ ପିପିଲି ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବଜ୍ରପାତ ସହ ବର୍ଷା ଓ ପବନ ହୋଇଥିଲା । ପିପିଲିରେ ଅଧ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି କୁଆପଥର ବର୍ଷା ହୋଇଥିଲା। ବଜ୍ରପାତରେ ଜାପାନୀ ଗୁରୁ (୪୦)ଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେ ନିଜ ବାରିପଟ ଗୁହାଳ ଘର ନିକଟରେ ଠିଆ ହୋଇଥିବା ବେଳେ ବଜ୍ରପାତର ଶିକାର ହୋଇ ବେହୋସ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପିପିଲି ପୁଲିସ ସେଠାରେ ପହଂଚି ତଦନ୍ତ ଜାରି ରଖିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।