ଷ୍ଟେସନ ଉପରକୁ ଚଢି ଗଲା ମାଲବାହୀ ଟ୍ରେନ

ଷ୍ଟେସନ କର୍ତ୍ତୃପକ୍ଷ ସମସ୍ତ ପ୍ରକାରର ପ୍ରସ୍ତୁତ ଥିବା ଷ୍ଟେସନ କର୍ତ୍ତୃପକ୍ଷ ଜଣାଇଛନ୍ତି….

ଯାଜପୁର : ଲାଇନ କାମ ସରିବା ପର୍ଯ୍ଯନ୍ତ କେନ୍ଦୁଝର ଦେଇ ଚଳାଚଳ କରିବ ୧୨ ଦୂରଗାମୀ ଟ୍ରେନ୍ କେନ୍ଦୁଝର ଆଜି କୋରେଇଠାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣା ପରେ କେନ୍ଦୁଝର ଦେଇ ୧୨ ଟି ଦୂରଗାମୀ ଟ୍ରେନ ଚଳାଚଳ କରିବ। ସେଠାରେ ରେଳ ଲାଇନ କାମ ଠିକ ହେବାପର୍ଯ୍ଯନ୍ତ ଏହି ଟ୍ରେନ ଗୁଡିକ ଏହି ଲାଇନରେ ଚାଲିବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ହାୱାଡା-ସାଲିମାର,ମାଙ୍ଗାଲୋର-ସନ୍ତ୍ରାଗାଛି,ତ୍ରିବେନ୍ଦ୍ରମ-ସାଳିମାର,ବାଙ୍ଗାଲୋର-ବୈଦ୍ୟନାଥଧାମ,ମାଡ୍ରାସ-ସାନ୍ତ୍ର।ଗ।ଛି,ଭୁବନେଶ୍ୱର-ନୂଆଦିଲ୍ଲୀ,ପୁରୀ-ଆନନ୍ଦବିହାର(ଦିଲ୍ଲୀ) ଭୁବନେଶ୍ୱର ପଟୁ କେନ୍ଦୁଝର ଦେଇ ଟାଟା ଆଡ଼କୁ ଗତି କରିବେ। ସେହିପରି ଟାଟା ଆଡୁ ଭୁବନେଶ୍ୱର ଆଡ଼କୁ ଦିବ୍ରୁଗଡ଼-କନ୍ୟାକୁମାରି,ହାୱାଡା-ଶିକନ୍ଦ୍ରାବାଦ,ଆନନ୍ଦବିହାର(ଦିଲ୍ଲୀ)-ପୁରୀ ,ପୁରୁଲିଆ-ଭେଲୁ ପୁରମ ପ୍ରଭୃତି ଦୂରଗାମୀ ଟ୍ରେନ ଗୁଡିକ କେନ୍ଦୁଝର ଦେଇ ଚଳାଚଳ କରିବ ବୋଲି କେନ୍ଦୁଝର ସିନିଅର ଷ୍ଟେସନ ମ୍ୟାନେଜର ବିନତି ପଟ୍ଟା ପ୍ରକାଶ କରିଛନ୍ତି।

କେନ୍ଦୁଝର ଦେଇ ଦୂରଗାମୀ ଟ୍ରେନ ଚଳାଚଳ ପାଇଁ ଦାବି ହୋଇ ଆସୁଥିବାବେଳେ ସ୍ୱଳ୍ପ ସମୟ ପାଇଁ ହେଉ ପଛକେ କେନ୍ଦୁଝର ଦେଇ ୧୨ଟି ଦୂରଗାମୀ ଟ୍ରେନ ଚଳାଚଳ ଖବର ଜିଲ୍ଲାବାସୀଙ୍କୁ ଉତ୍ସାହିତ କରିଛି। ତେବେ ଡାଇଭର୍ଟ ହୋଇଥିବା ସମସ୍ତ ଟ୍ରେନ କେନ୍ଦୁଝରଗଡ଼ ଷ୍ଟେସନରେ ରହଣି, ସ୍କ୍ରୁ, ଗାର୍ଡ ବଦଳି ହେବାକୁ ଥିବାରୁ ଷ୍ଟେସନ କର୍ତ୍ତୃପକ୍ଷ ସମସ୍ତ ପ୍ରକାରର ପ୍ରସ୍ତୁତ ଥିବା ଷ୍ଟେସନ କର୍ତ୍ତୃପକ୍ଷ ଜଣାଇଛନ୍ତି।