ଫୁଲବାଣୀରେ କନ୍ଧମାଳ ଫ୍ରେସ୍ ଉଦଘାଟିତ: କମ୍ ଦାମରେ ମିଳିବ ଆଞ୍ଚଳିକ ଯାବତୀୟ ଜିନିଷ

କମ୍ ଦାମରେ ମିଳିବ ଆଞ୍ଚଳିକ ଯାବତୀୟ ଜିନିଷ….

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍ଥାନୀୟ ଉତ୍ପାଦନ ସାମଗ୍ରୀଗୁଡିକୁ ସଠିକ ଦାମରେ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସେହି ଉତ୍ପାଦନ ଗୁଡିକ ଜରିଆରେ ଜିଲାର ଚାଷୀ ଏବଂ ସ୍ୱଂୟସହାୟୀକା ଗୋଷ୍ଠୀ ଗୁଡିକ କିଭଳି ଲାଭାନ୍ବିତ ହୋଇପାରିବେ ସେହି ଲକ୍ଷ୍ୟ ନେଇ ଫୁଲବାଣୀରେ କନ୍ଧମାଳ ଫ୍ରେସ ଉଦଘାଟିତ ହୋଇଯାଇଛି। ଏତଦ୍ ବ୍ୟତୀତ ଲୋକେ କିଭଳି ଭାବରେ ଜିଲାର ହଳଦୀ, ତେନ୍ତୁଳୀ, ଆମ୍ବୁଲ, ଲଙ୍କାମରିଚ, ଡାଲି ଜାତୀୟ ଜିନିଷ ସମେତ ପନିପରିବା ଓ ଜିଲାର ପାରମ୍ପରିକ କାରିଗରୀ ସାମଗ୍ରୀ ଗୁଡିକୁ ଲୋକଙ୍କୁ ସୁବିଧାରେ ଯୋଗାଇ ଦେବା ଉଦେଶ୍ୟରେ ଓରମାସ ଏବଂ ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ମିଳିତ ସହଯୋଗରେ କନ୍ଧମାଳ ଫ୍ରେସ୍ ନାମକ ଏକ ଅନୁଷ୍ଠାନର ଉଦଘାଟିତ ହୋଇଯାଇଛି l

କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଏହି ଅବସରରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକ, ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ, ଓରମାସର ମୁଖ୍ୟ ପ୍ରଶାସନିକ ଅଧିକାରୀ ଦୁର୍ଗାଚରଣ ଭୁୟାଁ, ପ୍ରଶାସନିକ ସହଯୋଗୀ ବିକ୍ରମ ତରାଇଙ୍କ ସମେତ କନ୍ଧମାଳ ଫ୍ରେସରେ ନିୟୋଜିତ ଥିବା ସ୍ୱଂୟସହାୟୀକା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ।

ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଫ୍ରେସରେ ଜିଲାରେ ଥିବା ୩୯ଟି ସ୍ୱଂୟସହାୟୀକା ଗୋଷ୍ଠୀର ସହାୟତା ସମେତ ଜିଲାର ବିଭିନ୍ନ ବ୍ଳକର ଉତ୍ପାଦକ ମାନେ ସାମିଲ ହୋଇଛନ୍ତି। ଏଠାରେ ସେମାନଙ୍କର ଉତ୍ପାଦନ ଗୁଡିକୁ କିଣା ଯିବା ସହିତ ସେମାନଙ୍କୁ ସେମାନଙ୍କର ଉଚିତ ଦାମ ପ୍ରଦାନ କରାଯିବା ସହିତ ଉଚିତ ଦାମରେ ଗ୍ରାହକ ମାନଙ୍କୁ ବିକ୍ରି କରାଯିବ। ଫଳରେ କନ୍ଧମାଳ ଜିଲାର ଲୋକଙ୍କ ସମେତ ଜିଲାକୁ ଆସୁଥିବା ପର୍ଯ୍ୟଟକ ମାନେ ସୁବିଧାରେ ଏବଂ କମ ଦାମରେ ଜିଲାର ପାରମ୍ପରିକ ଓ ଜୈବିକ ଉତ୍ପାଦନ ସାମଗ୍ରୀ ଓ ବିଭିନ୍ନ କାଠରେ ତିଆରି କଳାକୃତି ସାମଗ୍ରୀ ଏବଂ ଅନ୍ୟାନ୍ୟ କଳାକୃତି ଜିନିଷ ପାଇପାରିବେ ବୋଲି ଜଣାପଡିଛି। ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ କନ୍ଧମାଳ,ଓଡିଶା।