ପୁଣି କରୋନା ନେଲା ଆଉ ଏକ ଶିଶୁର ଜୀବନ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ରାଜ୍ୟରେ କରୋନା ମହାମାରୀ ପୁଣି ଚିନ୍ତା ବଢ଼ାଇଛି । ପ୍ରତିଦିନ ପାଖାପାଖି ୧୦୦ ଜଣ ଶିଶୁ ପଜିଟିଭ୍ ହୋଉଥିବା ବେଳେ ଏହାର ତୃତୀୟ ଲହରର ସଙ୍କେତ ବୋଲି କହୁଛନ୍ତି ବିଶେଷଜ୍ଞ । ଏହାରି ମଧ୍ୟରେ ରାଜ୍ୟରେ କରୋନାରେ ପୁଣି ଏକ ଶିଶୁର ମୃତ୍ୟୁ ହୋଇଛି । ମୃତ୍ୟୁ ଶିଶୁ କନ୍ୟା ମାତ୍ର ୨ ମାସ ହୋଇଥିବା ବେଳେ ସେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । କରୋନାରେ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରୁ ଆଜି ୬୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ୧୧୦ ଜଣ ଶିଶୁ ବା ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି।