କେନ୍ଦୁଝର ଜିଲ୍ଲା ସେରେଣ୍ଡା ଶ୍ରୀରାମ ମନ୍ଦିର ପରିସରରେ ମହାଆହୂତି ଯଜ୍ଞ ଅନୁଷ୍ଠିତ।
କେନ୍ଦୁଝର ଜିଲ୍ଲା ସେରେଣ୍ଡା ତାରିଣୀ ମନ୍ଦିର ବିଜେପି କର୍ମୀ ମାନଙ୍କ ପକ୍ଷରୁ ଶ୍ରୀରାମ ମନ୍ଦିର ପରିସରରେ ଶନିବାର କର୍ମକର୍ତ୍ତା ଓ ସେରେଣ୍ଡା ହନୁମାନ ମନ୍ଦିର ବ୍ରାହ୍ମଣ ପକ୍ଷରୁ ମହା ମହାଆହୂତି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।
ଅଯୋଧ୍ୟା ଠାରେ ବହୁ ପ୍ରତୀକ୍ଷିତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ସହ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରଥମବର୍ଷ ଉପଲକ୍ଷେ କେନ୍ଦୁଝର ଜିଲ୍ଲା ସେରେଣ୍ଡା ତାରିଣୀ ମନ୍ଦିର ବିଜେପି କର୍ମୀ ମାନଙ୍କ ପକ୍ଷରୁ ଶ୍ରୀରାମ ମନ୍ଦିର ପରିସରରେ ଶନିବାର କର୍ମକର୍ତ୍ତା ଓ ସେରେଣ୍ଡା ହନୁମାନ ମନ୍ଦିର ବ୍ରାହ୍ମଣ ପକ୍ଷରୁ ମହା ମହାଆହୂତି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ସୂର୍ଯ୍ୟ ପୂଜା ସହ ଯଜ୍ଞ କର୍ମ ଆରମ୍ଭ ହୋଇଥିଲା ।କ୍ଷୀରୋଦ ମହାନ୍ତ (ଜିଲ୍ଲା କାର୍ଯ୍ୟନିର୍ବାହୀ ସଦସ୍ୟ)ଓ ସୁଭାମ ପୋଦ୍ଦାର (ବୁଥ ର ସଭାପତି ସେରେଣ୍ଡା) କର୍ତ୍ତା ଭାବେ ଯଜ୍ଞ କାର୍ଯ୍ୟ ତୁଲାଇଥିବା ବେଳେ ପ୍ରଭୁ ଶ୍ରୀରାମ ସେବକ ସମେତ ସମସ୍ତ ରାମ ସେବକଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ସୁଚାରୁରୂପେ ସମ୍ପର୍ଣ୍ଣ ହୋଇଥିଲା । ବୈଦିକ ନୀତି ବ୍ରାହ୍ମଣ ଦ୍ୱାରା ଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣାହୂତି ପରେ ଭକ୍ତଙ୍କୁ ଭୋଗ ବଣ୍ଟନ କରାଯାଇଥିଲା ।