ଇଲେକ୍ଟ୍ରିକାଲ ଦୋକାନରୁ ଚୋରି ୨ ଅଭିଯୁକ୍ତ ଗିରଫ

କେନ୍ଦୁଝର ବଡ଼ବିଲ ନାଳଦା ଅଞ୍ଚଳର ବିକାନ ଇଲେକ୍ଟ୍ରିକାଲ…

କେନ୍ଦୁଝର: କେନ୍ଦୁଝର ବଡ଼ବିଲ ନାଳଦା ଅଞ୍ଚଳର ବିକାନ ଇଲେକ୍ଟ୍ରିକାଲ ଦୋକାନ ମାଲିକ ଏମଡି ଜାଲିନଙ୍କ ନିଜ ଦୋକାନରୁ ଚୋରି ଅଭିଯୋଗର ତଦନ୍ତ କରି ବଡ଼ବିଲ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଝାଡ଼ଖଣ୍ଡର ଚାଇବାସରୂ ଗିରଫ କରିବା ସହ ୩୦ଗୋଟି ବ୍ୟାଟେରୀ ଓ ଏହି କାମରେ ନିୟୋଜିତ ହୋଇଥିବା ମାକ୍ସିମୋ ପିକଅପ୍ ଜବତ କରିଛି, ଅଭିଯୁକ୍ତ ଏମଡ଼ି ସାହିଦ ଏବଂ ଏମଡି ତବରେଜଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।