ବଜ୍ରପାତରେ ୪ର୍ଥ ଶ୍ରେଣୀ ଛାତ୍ରର ମୃତ

ସ୍କୁଲ ରୁ ଘରୁକୁ ଫେରୁଥିବା ସମୟରେ ବଜ୍ରପାତ ଘଟି…

କେନ୍ଦୁଝର : ସ୍କୁଲ ରୁ ଘରୁକୁ ଫେରୁଥିବା ସମୟରେ ବଜ୍ରପାତ ଘଟି ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ର ଜୀବନ ଯାଇଛି । ଅନ୍ଯ ଜଣେ ଛାତ୍ର କିଛି ସମୟ ଧରି ଅଚେତ ହୋଇପଡି ଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଠିକ୍ ରହିଛି । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜଳଶରପୁ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମୃତ ଛାତ୍ର ଗାଁ ର ମଙ୍ଗୁଳୀ ବେହେରା ଙ୍କ ପୁଅ ରାଜେଶ ବେହେରା (ଚନ୍ଦନ ) । ରାଜେଶ ଓ ତାର ସହପାଠୀ ଗଙ୍ଗାଧର ଆଜି ସ୍କୁଲ ରୁ ଘରକୁ ଫେରୁଥିବା ସମୟରେ ବଜ୍ରପାତ ଘଟିଥିଲା । ଗଙ୍ଗାଧର ଏଥିରେ ସାମାନ୍ଯ ଆହତ ହୋଇଥିବାବେଳେ ରାଜେଶ ଙ୍କୁ ଗୁରୁତ ଅବସ୍ଥାରେ ଡାକ୍ତରଖାନା କୁ ପହଁଞ୍ଚାଇଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବାପରେ ଗାଁ ରେ ଏବେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଛି।