ଟ୍ରକ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ

ବାଇକ୍ ଯୋଗେ ପାଟଣା ଅଭିମୁଖେ ଆସୁଥିବା ସମୟରେ ….

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୁଟୁଳିଆ ମାଧପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ଖୁଣ୍ଟାପଡା ଗ୍ରାମର ଜୀବନ ଜ୍ୟୋତି ମହାନ୍ତ (୨୨) ବୋଲି ଜଣାପଡିଛି। ସେ ବାଇକ୍ ଯୋଗେ ପାଟଣା ଅଭିମୁଖେ ଆସୁଥିବା ସମୟରେ ବିପରିତ ଦିଗରୁ କେନ୍ଦେଇପଶି ଅଭିମୁଖେ ଯାଉଥିବା ଏକ ୧୦ ଚକିଆ ଟ୍ରକ ପୁଟୁଳିଆ ବୁଲାଣି ନିକଟରେ ତାଙ୍କୁ ଧକ୍କା ଦେଇଥିଲା। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ତାଙ୍କୁ ସେଠାରୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଭୟ ଟ୍ରକ୍ ଓ ବାଇକ କୁ ଜବତ କରି ଘଟଣାର ତଦନ୍ତ କରୁଛି।