ଜଙ୍ଗଲ ନିଆଁ ପାଇଁ ମକଡ୍ରିଲ

ଲଗାତାର ଜଙ୍ଗଲରେ ନିଆଁ ଲାଗିବା ପରେ ଭାଙ୍ଗିଲା …

କେନ୍ଦୁଝର : ଲଗାତାର ଜଙ୍ଗଲରେ ନିଆଁ ଲାଗିବା ପରେ ଭାଙ୍ଗିଲା ବନ ବିଭାଗର ନିଦ ।  ଆଉ ଏବେ ବନ ବିଭାଗ କେବଳ ନିଜ ବିଭାଗୀୟ କର୍ମଚାରୀଙ୍କୁ ନେଇ ସଚେତନ ବୈଠକ କରିଛି । ତତସହିତ ଜଙ୍ଗଲ ନିଆଁ ଲିଭାଇବା ପାଇଁ ମକଡ୍ରିଲ କରାଯାଇଛି । ଆଜି ଉଦଳା ବନ ବିଭାଗ କାର‌୍ୟ୍ୟାଳୟରେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ଏକ ବୈଠକ ଆୟୋଜିତ ହୋଇଯାଇଛି..ଏହି ବୈଠକରେ ଏସସିଏଫ ଅରୁଣ ବିଶ୍ୱାଳଙ୍କ ସମେତ ଉଦଳା ରେଞ୍ଜର,ଉଦଳା ଅଗ୍ନିଶମ ବିଭାଗ ଅଧିକାରୀ ଉପସ୍ଥିତ ରହି ଜଙ୍ଗଲରେ ନିଆଁ ଲାଗିଲେ ତାହାକୁ କିଭଳି ଆୟତ୍ତ କରାଯିବ ଏବଂ ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ କିଭଳି ଜଙ୍ଗଲରେ ଫାୟାର ଲାଇନ ତିଆରି କରାଯାଇ ନଜର ରଖା ଯିବ ତାହା ଉପରେ ଆଲୋଚନା କରାଯାଇଥିଲା

ଏହା ସହିତ ବିଭାଗୀୟ କର୍ମଚାରୀମାନେ ଜଙ୍ଗଲକୁ ଯାଇ ସେଠାରେ ଜଙ୍ଗଲ ନିଆଁ କିପରି ଆୟତ୍ତ କରାଯିବ ମକଡ୍ରିଲ କରିଥିଲେ..ସବୁଠାରୁ ବଡ଼ କଥା ବନ ବିଭାଗ କେବଳ ବିଭାଗୀୟ କର୍ମଚାରୀଙ୍କୁ ନେଇ ଆଲୋଚନା କରିଥିବା ବେଳେ ଜଙ୍ଗଲ ନିକଟରେ ରହୁଥିବା ଗ୍ରାମବାସୀଙ୍କୁ ସଚେତନ କରିବା ଦିଗରେ କୌଣସି ପଦକ୍ଷେପ ନେଇ ନାହିଁ । ଏହା ସହିତ ଜଙ୍ଗଲ ନିଆଁ କିପରି ଆଗାମୀ ଗ୍ରୀଷ୍ମ ଦିନରେ ଆୟତ୍ତରେ ରହିବ ଏବଂ ଜଙ୍ଗଲ ନିଆଁରେ ଜଙ୍ଗଲ କିମ୍ବା ବନ୍ୟଜନ୍ତୁଙ୍କର କୌଣସି କ୍ଷତି ନ ହେବ ସେ ନେଇ ସମସ୍ତେ ସଜାଗ ରହିବାକୁ ବୈଠକରେ କୁହାଯାଇଛି ।